ଘୋଲମାଛ ଖୋଲିଦେଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ ଜାଣନ୍ତୁ କିପରି
ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ନିକଟ ପାଲଘର ଅଞ୍ଚଳର ଜନୈକ ମତ୍ସ୍ୟଜୀବୀଙ୍କ ଭାଗ୍ୟ ରାତାରାତି ଖୋଲିଯାଇଛି । ଗୋଟିଏ ବେଳାର ମାଛଧରାକୁ ସେ ଏକ କୋଟିରୁ ଅଧିକ ଟଙ୍କା ରୋଜଗାର କରିବେ ବୋଲି କେବେ ବି କଳ୍ପନା କରି ନଥିଲେ । ମୌମୁସୀ ଋତୁ ପାଇଁ ସରକାରଙ୍କ ପକ୍ଷରୁ ମାଛଧରା ବନ୍ଦ ଥିଲା । ଏହି ବନ୍ଦ ହଟିବା ପରେ ପାଲଘର ଜିଲ୍ଲା ମୁରବେ ଗାଁର ଚନ୍ଦ୍ରକାନ୍ତ ତାରେ ନାମକ ଏହି ମତ୍ସ୍ୟଜୀବୀ ଗତ ଶନିବାର ପ୍ରଥମ କରି ସମୁଦ୍ରକୁ ଡଙ୍ଗା ନେଇ ଯାଇଥିଲେ । ଜାଲ ପକାଇବା ପରେ ତାଙ୍କୁ ଜାଲଟା ବହୁତ ଓଜନିଆ ଲାଗିଲା । ସେ ତୁରନ୍ତ କଷ୍ଟେମଷ୍ଟେ ଏହାକୁ ଟାଣି ଡଙ୍ଗା ଉପରକୁ ଆଣିଲେ । ସେ ଓ ଡଙ୍ଗାରେ ଥିବା ତାଙ୍କର ସାଙ୍ଗମାନେ ଦେଖି ଆଶ୍ଚର୍ଯ୍ୟ ହେଲେ ଯେ ଏହି ଜାଲରେ ୧୫୭ଟି ଘୋଲମାଛ ପଡିଥିଲା । ଏହା ଅତି ଦାମୀ ଓ ବଡ଼ ଆକାରର ମାଛ ଯାହାକୁ ସୁନାର ହୃତପିଣ୍ଡ ଥିବା ମାଛ ବୋଲି କୁହାଯାଏ । ଏହି ମାଛର ଚାହିଦା ବହୁ ଅଧିକ ସମୁଦ୍ରରୁ ଫେରିବା ପରେ ସେ ଏହି ମାଛ ଗୁଡ଼ିକର ନିଲାମ କଲେ, ଯେଉଁଥିରୁ ତାଙ୍କୁ ପ୍ରାୟ ୧ କୋଟି ୩୩ ଲକ୍ଷ ଟଙ୍କା ମିଳିଲା । ସୂଚନା ଯୋଗ୍ୟ ଯେ ଘୋଲମାଛର ପେଟରେ ଗୋଟିଏ ଥଳି ଥାଏ, ଦେଶ ବିଦେଶରେ ଯାହା ପ୍ରବଳ ଚାହିଦା ରହିଛି । ଏହା ସବୁଠୁ ଦାମି ସାମୁଦ୍ରିକ ମାଛ ଭାବେ ଜଣାଶୁଣା ।
Powered by Froala Editor