Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ...

  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ...

  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ...

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ...

Home ›› ››ଓଡ଼ିଶାରେ ୫୨.୩% ରାଜସ୍ୱ ବଜାର ଅଂଶ ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବଜାର ନେତୃତ୍ୱକୁ ଆହୁରି ସୁଦୃଢ କରିଛି ଜିଓ: ଟ୍ରାଇ ରିପୋର୍ଟ

ଓଡ଼ିଶାରେ ୫୨.୩% ରାଜସ୍ୱ ବଜାର ଅଂଶ ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବଜାର ନେତୃତ୍ୱକୁ ଆହୁରି ସୁଦୃଢ କରିଛି ଜିଓ: ଟ୍ରାଇ ରିପୋର୍ଟ

2021-09-01 08:28:29
28496
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶାରେ ୫୨.୩% ରାଜସ୍ୱ ବଜାର ଅଂଶ ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବଜାର ନେତୃତ୍ୱକୁ ଆହୁରି ସୁଦୃଢ କରିଛି ଜିଓ: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର : ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟ ଟେଲିକମ୍ ବଜାରର ୫୨.୩% ମୋଟ ରାଜସ୍ୱ ବଜାର ଅଂଶ ସହ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସମ୍ପ୍ରସାରିତ କରିଥବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି ।

୨୦୨୧ ଜୁନ୍ ୩୦ରେ ଶେଷ ହୋଇଥିବା ତ୍ରୟମାସରେ ଓଡ଼ିଶାରେ ଜିଓ ହାସଲ କରିଥିବା ୫୨.୩% ମୋଟ ରାଜସ୍ୱ ବଜାର ଅଂଶ ହେଉଛି ଭାରତର ସବୁ ଟେଲିକମ୍ ସର୍କଲ୍‌ଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ।

 ସେହି ରିପୋର୍ଟ ଅନୁଯାୟୀ,ଓଡ଼ିଶାରେ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ପୂର୍ବ ତ୍ରୟମାସ ତୁଳନାରେ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ସ୍ଥିର ରହିଥିବା ବେଳେ ରିଲାଏନ୍ସ ଜିଓ ମୋଟ ରାଜସ୍ୱରେ ୪.୯% ଅଭିବୃଦ୍ଧି ହାସଲ କରିଛି । 

 ଏହି ସମୟରେ ଏୟାରଟେଲ୍ ୩.୭% ଅଭିବୃଦ୍ଧି ରହିଥିବା ବେଳେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ର ମୋଟ ରାଜସ୍ୱ ଏହି ସମୟରେ ହ୍ରାସ ପାଇଛି । ଏଥିସହିତ ଜିଓ ଓଡ଼ିଶାର ଟେଲିକମ୍ କ୍ଷେତ୍ରରେ ୫୨.୩ ପ୍ରତିଶତ ମୋଟ ରାଜସ୍ୱ ବଜାର ଅଂଶ ସହ ନେତୃତ୍ୱ ସ୍ଥାନକୁ ଅଧିକ ସୂଦୃଢ କରିଥିବା ବେଳେ, ଏହା ପଛକୁ ଭାରତୀ ଏୟାରଟେଲ୍‌ର ରାଜସ୍ୱ ବଜାର ଅଂଶ ୩୮%, ଭୋଡାଫୋନ୍ ଆଇଡିଆର ୪.୮% ଓ ବିଏସ୍‌ଏନ୍‌ଏଲ୍‌ର ୪.୫% ରହିଛି ।

ଏହି ରିପୋର୍ଟ ଅନୁଯାୟୀ,  ଏପ୍ରିଲ୍‌- ଜୁନ୍ ତ୍ରୟମାସରେ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ୧୨୨୮ କୋଟି ଟଙ୍କା ରହିଛି,  ଯାହାମଧ୍ୟରୁ ଜିଓର ଭାଗ ସର୍ବାଧିକ ୬୪୨.୭ କୋଟି ଟଙ୍କା ରହିଛି ।   ଏହା ପଛକୁ ଭାରତୀ ଏୟାରଟେଲ୍‌ର ୪୬୭.୨ କୋଟି ଟଙ୍କା,  ଭୋଡାଫୋନ୍ ଆଇଡିଆର ୫୮.୬ କୋଟି ଟଙ୍କା ଓ ବିଏସ୍‌ଏନ୍‌ଏଲ୍‌ର ୫୪.୭ କୋଟି ଟଙ୍କା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଜର ବିଶାଳ ୪ଜି ନେଟ୍‌ୱର୍କ ଓ ନିରବଚ୍ଛିନ୍ନ ଗୁଣାତ୍ମକ ଇଂଟରନେଟ୍ ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ୁଛି ଏବଂ ଟ୍ରାଇ ପକ୍ଷରୁୁ ନିକଟରେ ପ୍ରକାଶ କରାଯାଇଥିବା ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍‌ରେ ଏହା ୨.୫୩ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ନିଜ ନେଟ୍‌ୱର୍କରେ ସାମିଲ କରିଛି ।

 ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରାୟ ୧.୫ କୋଟି ମୋବାଇଲ୍ ଉପଭୋକ୍ତା ସହ ଏକ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‌ର ୧.୧୧ କୋଟି, ବିଏସ୍‌ଏନ୍‌ଏଲ୍‌ର ୬୪ ଲକ୍ଷ ଏବଂ ଭୋଡାଫୋନ୍ ଆଇଡଆର ୨୧.୮୯ ଲକ୍ଷ ଗ୍ରାହକ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜିଓ ନିଜର ସର୍ବବୃହତ ୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ତ୍ରୁଟିଶୂନ୍ୟ ହାଇ-ସ୍ପିଡ ଇଂଟରନେଟ ସେବା ପାଇଁ ଗତ କିଛିବର୍ଷ ଧରି ପ୍ରତି ମାସରେ ନିରନ୍ତର ଭାବରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଆସୁଛି ।

 ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ଏହା ରାଜ୍ୟରେ ୨୭ଟି ପ୍ରମୁଖ ସହର ଓ ନଗରରେ ମୁଖ୍ୟ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ତଥା ଦ୍ରୁତ ଗତିରେ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ସମ୍ପ୍ରସାରଣ ଜାରି ରଖିଛି ।

 ଟ୍ରାଇ ପକ୍ଷରୁ ୨୦୨୧ ଜୁନ୍ ମାସ ପାଇଁ ପ୍ରକାଶିତ ଓୟାର୍‌ଲାଇନ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜିଓର ୬୩,୬୪୫ ଜିଓଫାଇବର ଗ୍ରାହକ ରହିଛନ୍ତି । ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି । ଏହାଦ୍ୱାରା ଜନସାଧାରଣଙ୍କ ବିଶେଷକରି ଛାତ୍ରଛାତୀଙ୍କ ପାଇଁ ଖୁସି ଆଣିଦେଉଛି ଏବଂ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗଦେଇପାରୁଛନ୍ତି ।

Powered by Froala Editor

Tags reliance jio , jio news ,

Related articles Odisha News Lens 4.1

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14479
    Feb 23, 2026
  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
    ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14562
    Feb 22, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    14914
    Feb 23, 2026
  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ
    ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14747
    Feb 22, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍
    ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15218
    Feb 23, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    14993
    Feb 23, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର
    ମନୋରଞ୍ଜନ

    ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13846
    Feb 22, 2026
  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍
    ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13559
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
    ଦେଶ-ଦେଶାନ୍ତର

    ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13620
    Feb 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14479
    Feb 23, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14773
    Feb 23, 2026
  • ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13559
    Feb 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17350
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17419
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17761
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16237
    Apr 03, 2021

ବିଶେଷ

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15218
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15985
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14472
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15240
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15956
    Feb 17, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15112
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14963
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14476
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16087
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14562
    Feb 22, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15218
    Feb 23, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13620
    Feb 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In