ରାଜ୍ୟରେ ଆଉ ତିନି ମୁଣ୍ଡ ନେଲା କୋରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ତିନି ମୁଣ୍ଡ ନେଲା କୋରୋନା । ବଲାଙ୍ଗୀର, ଗଞ୍ଜାମ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୩୮ରେ ପହଞ୍ଚିଛି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୩୧୦୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୮୦୬ ଜଣ ଥିବାବେଳେ ୧୩୦୨ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୪, ବାଲେଶ୍ୱରରେ ୧୫୧, ବରଗଡ଼ରେ ୧୩୨, ଭଦ୍ରକରେ ୫୩, ବଲାଙ୍ଗୀରରେ ୧୩୩, ବୌଦ୍ଧରେ ୯, କଟକରେ ୧୬୩, ଦେବଗଡ଼ରେ ୧୯, ଢେଙ୍କାନାଳରେ ୧୬, ଗଜପତିରେ ୧୮, ଗଞ୍ଜାମରେ ୫୫, ଜଗତସିଂହପୁରରେ ୨୯, ଯାଜପୁରରେ ୭୫, ଝାରସୁଗୁଡ଼ାରେ ୮୯, କଳାହାଣ୍ଡିରେ ୫୫, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୦୫, ଖୋର୍ଦ୍ଧାରେ ୫୩୪, କୋରାପୁଟରେ ୨୩, ମାଲକାନାଗିରିରେ ୩, ମୟୂରଭଞ୍ଜରେ ୭୧, ନବରଙ୍ଗପୁରରେ ୧୫୬, ନୟାଗଡ଼ରେ ୧୫, ନୂଆପଡ଼ାରେ ୧୪୦, ପୁରୀରେ ୧୧୪, ରାୟଗଡ଼ାରେ ୩୮, ସମ୍ବଲପୁରରେ ୧୫୩, ସୋନପୁରରେ ୪୨, ସୁନ୍ଦରଗଡ଼ରେ ୫୨୩ ଓ ରାଜ୍ୟ ପୁଲରେ ୧୧୮ ଜଣ ଆକ୍ରାନ୍ତ ହୋଇଛନ୍ତି ।