ଆଜି ଶ୍ରୀମନ୍ଦିରରେ ନନ୍ଦ ଉସôବ
ପୁରୀ: ଗତକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଆସିଲା ପରେ ଆଜି ବହୁ ଆଡମ୍ବରରେ ଶ୍ରୀମନ୍ଦିରରେ ନନ୍ଦ ଉସôବ ପାଳନ କରାଯାଉଛି । ପ୍ରଥମେ ମଙ୍ଗଳ ଆଳତୀ ପରେ ମହଜନ ସେବାୟତ ରାମକୃଷ୍ଣ ଓ ମଦନ ମୋହନଙ୍କୁ ଦୋଳିରେ ବିଜେ କରାଇଛନ୍ତି । ଏହାପରେ ମଇଲମ ଓ ଅନ୍ୟାନ ନୀତିକାନ୍ତି ଅନୁଷ୍ଠିତ ହେବ । ପ୍ରଭୁ ଶ୍ରୀଜଗନ୍ନାଥ ଓ ମା ସୁଭଦ୍ରାଙ୍କ ନିକଟରେ ଷଠି ମାର୍କଣ୍ଡ ପୂଜା କରାଯିବ । ଏହାପରେ ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ହୋଇ ଭଣ୍ଡାର ଘରୁ ପତି ମହାପାତ୍ର ମା ଦୁର୍ଗାଙ୍କ ୁ ଆଣି ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନ ମୋହନ ଖଟରେ ବିଜେ କରିବେ । ଭିତରସ୍ତ ମହାପାତ୍ର ନନ୍ଦ ରୂପରେ ଯାଇ ଶ୍ରୀନଅରକୁ ଫେରିବା ପରେ ସ୍ନାନ ମଣ୍ଡପ ଉପରେ ବସିବା ପରେ ଭରତିଆ ଗୌଡ ପୁତ୍ର ସନ୍ତାନ ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ । ଏହିଭଳି ଭାବରେ ଶ୍ରୀମନ୍ଦିରରେ ନନ୍ଦ ଉସôବ ପାଳନ କରାଯିବ ବୋଲି କୁହାଯାଇଛି ।
Powered by Froala Editor