ରାଜ୍ୟରେ ୩୧୦୮ କରୋନା ପଜିଟିଭ୍ ଚିହ୍ନଟ, ୩ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ତିନି ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୩୧୦୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୨ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଭଦ୍ରକ, ଗଜପତି ଓ ସମ୍ବଲପୁରରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡିଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୫୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୪୪, ବାଲେଶ୍ୱରରେ ୧୫୧, ବରଗଡ଼ରେ ୧୩୨, ଭଦ୍ରକରେ ୫୩, ବଲାଙ୍ଗୀର ୧୩୩, ବୌଦ୍ଧରେ ୯, କଟକରେ ୧୬୩, ଦେବଗଡ଼ରେ ୧୯, ଢେଙ୍କାନାଳରେ ୧୬, ଗଜପତିରେ ୧୮, ଗଞ୍ଜାମରେ ୫୫, ଜଗତସିଂହପୁରରେ ୨୯, ଯାଜପୁରରେ ୭୫, ଝାରସୁଗୁଡ଼ାରେ ୮୯, କଳାହାଣ୍ଡିରେ ୫୫, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୦୫, କୋରାପୁଟରେ ୨୩, ମାଲକାନଗିରିରେ ୩, ମୟୂରଭଞ୍ଜରେ ୭୧, ନବରଙ୍ଗପୁରରେ ୧୫୬, ନୟାଗଡ଼ରେ ୧୫, ନୂଆପଡ଼ାରେ ୧୪୦, ପୁରୀରେ ୧୧୪, ରାୟଗଡ଼ା ୩୮, ସମ୍ବଲପୁର ୧୫୩, ସୋନପୁର ୪୨, ଓ ଷ୍ଟେଟ୍ ପୁଲରୁ ୧୧୮ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।