ଗର୍ଭବତୀ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ
ଭବାନୀପାଟଣା: ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧଅଁରମାଲ ଗାଁରୁ।
ଅଭିଯୁକ୍ତଙ୍କ ନାଁ ନିହାର ସାହାଣୀ। ସେ ଫେରାର ହୋଇଯାଇଛନ୍ତି। ତାଙ୍କ ପତ୍ନୀଙ୍କ ନାଁ ପ୍ରକାଶନୀ ସାହାଣୀ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କୌଣସି କଥାକୁ ନେଇ ପତ୍ନୀ ପ୍ରକାଶନୀ ସାହାଣୀଙ୍କ ସହିତ ନିହାରଙ୍କର ଝଗଡ଼ା ହୋଇଥିଲା। ଏହି ସମୟ ଉତ୍କ୍ଷିପ୍ତ ହୋଇ ସେ ତାଙ୍କ ପତ୍ନୀଙ୍କୁ ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଜି ସକାଳେ ପ୍ରକାଶନୀଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।
ଖବର ପାଇବା ପରେ ପୁଲିସ୍ ମଧ୍ୟ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
Powered by Froala Editor