ସମବାୟ ସମିତି ଋଣ ଜାଲିଆତି ଘଟଣାରେ ୬ ଗିରଫ

ଆଠଗଡ଼ : ଗୁରୁଡିଝାଟିଆ ସମବାୟ ସମିତି ଋଣ ଜାଲିଆତି ଘଟଣାରେ ସଂପୃକ୍ତ ଥିବା ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୁରୁଡିଝାଟିଆ ସୋସାଇଟିର ପିଅନ, ସେକ୍ରେଟେରୀ, କ୍ୟାସିଅର, କିରାଣୀ, ସୁପରଭାଇଜର, ଆସିଷ୍ଟାଣ୍ଟ ସେକ୍ରେଟାରୀ ଗିରଫ ହୋଇଛନ୍ତି। ଏମାନେ ସମସ୍ତେ ମିଶି ଶହଶହ ଚାଷୀଙ୍କ ନାଁରେ ସମବାୟ ସମିତିରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ଋଣ ହଡ଼ପ କରିଥିବା ନେଇ ଗୁରୁଡ଼ିଝାଟିଆ ଥାନାରେ ଏତଲା ହୋଇଥିଲା। ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏବଂ ନ୍ୟାୟ ଦାବିରେ ଦୀର୍ଘ ଦିନ ଧରି ଚାଷୀମାନେ ଆନ୍ଦୋଳନ କରିଆସୁଥିଲେ। ଏନେଇ ଚୌଦ୍ଵାର ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।
ଆଠଗଡ଼ ଗୁରୁଡ଼ିଝାଟିଆରେ ଶହ ଶହ ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଥିଲା। ଏହି ଚାଷୀମାନେ ଋଣ ନେଇ ନଥିଲେ ମଧ୍ୟ ସେମାନଙ୍କ ନାଁରେ ଋଣ ଟଙ୍କା ଉଠାଯାଇଥିଲା। ଏହି ମହାଦୁର୍ନୀତି ଘଟଣାକୁ ନେଇ ବିଧାନସଭା ନିକଟରେ ୩ ଜଣ ଚାଷୀ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।
Powered by Froala Editor