ମହାମାରୀରେ ଚାକିରି ହରାଇଥିଲେ ବି ୨୦୨୨ ଯାଏ ସରକାର ଜମା କରିବେ PF
ମହାମାରୀ ଭିତରେ ଅନେକ ଲୋକ ଚାକିରି ହରାଇଛନ୍ତି । ଅଧିକାଂଶ ସ୍ଥାନରେ ଅଧା ଦରମାରେ କାମ କରୁଛନ୍ତି କର୍ମଚାରୀ । ଏଭଳି ଦୁଃସ୍ଥିତି ଭିତରେ ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁମାନେ ମହାମାରୀରେ ଚାକିରି ହରାଇଛନ୍ତି ସେ ସମସ୍ତଙ୍କ EPFO ଆକାଉଣ୍ଟକୁ କେନ୍ଦ୍ର ସରକାର ୨୦୨୨ ଯାଏଁ PF ଅଂଶଧନ ଜମା କରିବେ ବୋଲି କହିଛନ୍ତି ସୀତାରମଣ । ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଯେଉଁମାନଙ୍କର ଇପିଏଫ୍ଓ ଆକାଉଣ୍ଟ ପଞ୍ଜିକରଣ ଥିବ କେବଳ ସେହିମାନଙ୍କୁ ଏହି ସୁବିଧାର ଲାଭ ମିଳିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚାକିରି ହରାଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ୨୦୨୨ ଯାଏଁ ନିଯୁକ୍ତିଦାତା ତଥା କର୍ମଚାରୀଙ୍କ PF ଅଂଶ ପ୍ରଦାନ କରିବେ କିନ୍ତୁ ଆନୁଷ୍ଠାନିକ କ୍ଷେତ୍ରରେ ଛୋଟ ଛୋଟ ଚାକିରିରେ କାମ କରିବାକୁ ସେମାନଙ୍କୁ ଡକାଯାଇଥିଲା। ଏହି ୟୁନିଟ୍ ଗୁଡିକ EPFO ରେ ପଞ୍ଜୀକୃତ ହେବା ପରେ ହିଁ ଦିଆଯିବ ।
Powered by Froala Editor