ସାବଧାନ : ବଜାରରେ ନକଲି କୋଭିସିଲ୍ଡ ଟିକା

ନୂଆଦିଲ୍ଲୀ : ବଜାରରେ ନକଲି କୋଭିସିଲ୍ଡ ଟିକା ଘୂରି ବୁଲୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏଥିନେଇ ସତର୍କ କରାଇଛି । ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି କି ଭାରତ ଓ ଉଗାଣ୍ଡାରେ କିଛି ପରିମାଣର ଏହି ନକଲି ଟିକା ଜବତ କରାଯାଇଛି । ଜୁଲାଇ ଓ ଅଗଷ୍ଟ ମାସରେ କେତେକ ସ୍ଥାନରୁ ଏହି ନକଲି ଟିକା ମିଳିଛି । କୋଭିସିଲ୍ଡ ଟିକାର ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ (ଏସଆଇଆଇ) ଜବତ ଟିକା ନକଲି ବୋଲି କହିଛି । ନକଲି ଟିକା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ତେଣୁ ଏଭଳି ଟିକାକୁ ତୁରନ୍ତ ବଜାରରୁ ହଟାଇବା ସହ ଏହା ଉପରେ ପଦେ%ପ ନେବାକୁ ଡବ୍ଲୁଏଚଓ କହିଛି । ସେପଟେ ଭାରତ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକି୍ରୟା ମିଳିପାରିନାହିଁ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘଟଣାର ତଦନ୍ତ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଭାରତରେ ୪୮ କୋଟିରୁ ଅଧିକ ଡୋଜର କୋଭିସିଲ୍ଡ ଟିକା ଦିଆଯାଇସାରିଛି । ତା ଛଡ଼ା ଏସଆଇଆଇ ପକ୍ଷରୁ ଏସିଆ, ଆଫି୍ରକା ଓ ଦକ୍ଷିଣ ଆମେରିକୀୟ ଦେଶମାନଙ୍କୁ ମଧ୍ୟ ଏହି ଟିକା ଯୋଗାଇ ଦିଆଯାଇଛି । ଭାରତ ମଧ୍ୟ କିଛି ଦେଶକୁ ମାଗଣା କୋଭିସିଲ୍ଡ ଟିକା ପ୍ରଦାନ କରିଛି ।
Powered by Froala Editor