ପିଲା ଭୁଲିଗଲେଣି ପାଠ, ପ୍ରାଥମିକ ଶ୍ରେଣୀ ଖୋଲିବାକୁ ଅଭିଭାବକଙ୍କ ଦାବି

ଭୁବନେଶ୍ୱର: ଦୁଇ ବର୍ଷ ହେବ ସ୍କୁଲ ମାଟି ମାଡ଼ିନାହାନ୍ତି ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀ । ଅନଲାଇନରେ ସମସ୍ତେ ପଢ଼ିବାକୁ ସୁଯୋଗ ପାଉନାହାନ୍ତି । ଫଳରେ ପିଲା ପାଠ ଭୁଲିଗଲେଣି । ଯେଉଁମାନେ ବି ଅନଲାଇନରେ ପଢ଼ୁଛନ୍ତି, ସେମାନେ ଠିକ ଭାବେ ବୁଝିପାରୁନାହାନ୍ତି । ଏପଟେ ଧୀରେ ଧୀରେ କରୋନାର ପ୍ରକୋପ ବି କମିଲାଣି । ତେଣୁ ଏବେ ପ୍ରାଥମିକ ଶ୍ରେଣୀ ଖୋଲିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରୁଛନ୍ତି । ସେହିପରି ପ୍ରାଥମିକ ଶ୍ରେଣୀ ଖୋଲିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସରକାରଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି), ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବେ । ଶିଶୁଙ୍କୁ ସୁରକ୍ଷା ବଳୟ ଭିତରେ ରଖିବାକୁ ଏସଓପି ଆଣିବାକୁ ସୁପାରିସ କରାଯିବ । ମଙ୍ଗଳବାର ସବୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ), ଆରଏମଆରସି ନିଦେ୍ର୍ଧଶିକା, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କମିଶନଙ୍କ ଆଲୋଚନା ହୋଇଛି । ଶିଶୁମାନେ ଦୀର୍ଘଦିନ ଘରେ ରହିଲା ପରେ ମାନସିକ ଚାପଗ୍ରସ୍ତ ହେଉଛନ୍ତି । ଶାରୀରିକ ବିକାଶରେ ବାଧାପ୍ରାପ୍ତ ହେଉଛି ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ।
Powered by Froala Editor