୮ ମାସର ଶିଶୁପୁତ୍ରକୁ ଚୁଲିରେ ପୁରାଇ ଦେଲା ମା, ତାପରେ କ’ଣ ହେଲା ଜାଣନ୍ତୁ...

ଦେବଗଡ଼: ଜଣେ ମାନସିକ ବିକୃତ ମହିଳା ନିଜ ଜନ୍ମିତ ୮ ମାସର ଶିଶୁ ପୁତ୍ରକୁ ନିଅାଁରେ ପୋଡ଼ି ହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ସିରିଗିଡ଼ା ଗ୍ରାମରେ ଘଟିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସିରିଗିଡ଼ା ଗ୍ରାମର ବିଦେଶୀ ପ୍ରଧାନଙ୍କ ସ୍ତ୍ରୀ ସଂଯୁକ୍ତା ପ୍ରଧାନ ଗତ ସୋମବାର ସନ୍ଧ୍ୟାରେ ନିଜ ୮ ମାସର ଶିଶୁପୁତ୍ରକୁ ଘରେ ଜଳୁଥିବା ଚୁଲିରେ ପୁରାଇ ଦେଇଥିଲା । ଶିଶୁଟିର ଚିକ୍ରାର ଶୁଣି ପରିବାର ସଦସ୍ୟମାନେ ପହଞ୍ଚି ଚୁଲି ନିଅାଁରୁ ତାକୁ ଉଦ୍ଧାର କରିଥିଲେ । ସୂଚନା ପାଇ ଚାଇଲଡ ଲାଇନ କର୍ମକର୍ତ୍ତା ଡାକ୍ତରଖାନାରେ ପହଞ୍ଚି ଶିଶୁଟିର ଚିକିତ୍ସା ବ୍ୟବସ୍ଥା କରାଇବା ସହ ଦେବଗଡ଼ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଶିଶୁଟି ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ସୁସ୍ଥ ହେବା ପରେ ସିଡବ୍ଲୁସିରେ ଉପସ୍ଥାପନ କରାଯିବ ବୋଲି ଚାଇଲଡଲାଇନ ପକ୍ଷରୁ କୁହାଯାଇଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Powered by Froala Editor