ପରିବାର ଅଦାଲତରେ ହାଜର ହେଲେ ବର୍ଷା-ଅନୁଭବ, ଆପୋସ ବୁଝାମଣା ପ୍ରସଂଗରେ ରଖିଲେ ଏମିତି ମତ

କଟକ: କଟକ ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ଅଦାଲତରେ ବିଚାରପତିଙ୍କ ନିକଟରେ ଉଭୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଆପୋସ ବୁଝାମଣା ପ୍ରସଂଗରେ ନିଜ ନିଜ ମତ ରଖିଥିଲେ । ଦୀର୍ଘ ତିନି ଘଣ୍ଟା ଧରି ଉଭୟ ଅଦାଲତ ପରିସରରେ ଉପସ୍ଥିତ ଥିଲେ । ଆପୋସ ବୁଝାମଣ ଜରିଆରେ ବିବାଦର ସମାଧାନ ଦିଗରେ କୌଣସି ସୁଫଳ ମିଳି ପାରି ନଥିବା ସୂଚନା ମିଳିଛି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ କରାଯାଇଛି । ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬ରେ ପିଟିସନ ଦାଖଲ କରିଥିଲେ । ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମେପକାର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ଏହା ପରେ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କୁ ହାଜର ହେବାକୁ ପରିବାର ଅଦାଲତ ନିଦେ୍ର୍ଧଶ ଦେଇଥିଲେ । ମଧ୍ୟସ୍ଥତା ପ୍ରକ୍ରିୟାକୁ ନେଇ ବର୍ଷା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନୁଭବ ଏକ ଆବେଦନ ଦାଖଲ କଲା ପରେ ଉଭୟଙ୍କୁ ଅଦାଲତରେ ହାଜର ହେବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ପୂର୍ବ ନିଦେ୍ର୍ଧଶ ଅନୁସାରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ଅନ୍ୟପକ୍ଷରେ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ପରିବାର ଅଦାଲତରେ ଦାୟର ଛାଡ଼ପତ୍ର ମାମଲାର ଶୁଣାଣି ଶେଷ ପ୍ରସଙ୍ଗ ନେଇ ଅନୁଭବ ହାଇକୋର୍ଟରେ ରୁଜୁ କରିଥିବା ଆବେଦନ ଏବେ ବିଚାରାଧୀନ ରହିଛି । ଅନୁଭବଙ୍କ ତରଫରୁ ଆଇନଜୀବୀ ଆଲୋକ ମହାପାତ୍ର ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି ।
Powered by Froala Editor