ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ
ମହାରାଷ୍ଟ୍ରରେ ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ FDA ପକ୍ଷରୁ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସମୟରେ ମୁମ୍ବାଇର ପ୍ରସିଦ୍ଧ ଅଞ୍ଚଳରେ ଥିବା ମ୍ୟାକଡୋନାଲ୍ଡ୍ସ ସମେତ ଅନେକ ନାମୀଦାମୀ ରେଷ୍ଟୁରାଣ୍ଟରେ ସୁରକ୍ଷା ନିୟମର ସାଂଘାତିକ ଉଲ୍ଲଂଘନ ଦେଖିବାକୁ ମିଳିଥିଲା । ଯାହା ପରେ ସେମାନଙ୍କର FSSAI ଲାଇସେନ୍ସ ତତ୍କାଳ ପ୍ରଭାବରୁ ସସ୍ପେଣ୍ଡ କରାଯାଇଛି ।
ମୁମ୍ବାଇର କୋଲାବା ସ୍ଥିତ ମ୍ୟାକଡୋନାଲ୍ଡ୍ସ (ମେଟ୍ରୋ ହାଉସ୍)ର ପୁନଃ ଯାଞ୍ଚ ସମୟରେ ୨୦ଟି ଭିତରୁ ୧୮ଟି ତ୍ରୁଟି ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଥିଲା । ରୋଷେଇ ଘରେ ଜିଅନ୍ତା ଅସରପା, ହାତ ନଧୋଇ ଖାଦ୍ୟ ଛୁଇଁବା ଏବଂ ଅସଲି ପନିର ବଦଳରେ ଆନାଲଗ୍ ସସ୍ ବ୍ୟବହାର ହେଉଥିବା ଜଣାପଡ଼ିଥିଲା । ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ୍ ଏବଂ ଖାର ଜିମଖାନାରେ ମଧ୍ୟ ହାଇଜିନ୍ ର ବ୍ୟାପକ ଅବହେଳା ଦେଖିବାକୁ ମିଳିଛି । ଛତ୍ରପତି ସମ୍ଭାଜିନଗରର କ୍ରାନ୍ତି ଚୌକ ସ୍ଥିତ ଗାୟତ୍ରୀ ମେୱାଡ ପ୍ରାଇଭେଟ୍ ଲିମିଟେଡ୍ ହୋଟେଲରେ ଚଢ଼ଉ ସମୟରେ ବାରମ୍ବାର ବ୍ୟବହାର ଯୋଗୁଁ ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିବା ତେଲ ମିଳିଥିଲା ।
ଖାଦ୍ୟ ପଦାର୍ଥରେ ମିଶ୍ରଣ ସହିତ ପ୍ରତିବନ୍ଧିତ ଗୁଟ୍କା ଏବଂ ପାନ ମସଲାରେ ଅବୈଧ କାରବାର ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । ଚଢ଼ଉ ସମୟରେ ପ୍ରାୟ ୧.୯୫ ଲକ୍ଷ ଟଙ୍କାର ପ୍ରତିବନ୍ଧିତ ଗୁଟ୍ଖା ଓ ପାନ ମସଲା ଜବତ କରାଯାଇଛି । ମୁମ୍ବାଇର ୩ଟି ଦୋକାନକୁ ସିଲ୍ କରାଯାଇଥିବାବେଳେ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Powered by Froala Editor