ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?
ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେତେକ ହାତଲେଖା ଚିଠି, ତାଙ୍କ ବ୍ୟବହୃତ ଚରଖା, ଭଗବତ୍ ଗୀତା ଓ ଅନ୍ୟାନ୍ୟ କେତେକ ସରଞ୍ଜାମ ଶୁକ୍ରବାର ପ୍ରାୟ ୧୬ କୋଟି ୧୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଅକ୍ସନ ହାଉସ୍ ସାଫ୍ରୋନାର୍ଟ ପକ୍ଷରୁ ଏହି ନିଲାମ କରାଯାଇଥିଲା । ଏହି ଚିଠିଗୁଡିକ ଗାନ୍ଧିଜୀ ସ୍ୱାଧୀନତା ସଂଗ୍ରାମୀ ଅନନ୍ଦ ଟି ହିଙ୍ଗୋରାନୀଙ୍କୁ ୧୯୪୪ରୁ ୧୯୪୬ ମଧ୍ୟରେ ଲେଖିଥିଲେ । ହିଙ୍ଗୋରାନୀଙ୍କ ପତ୍ନୀଙ୍କ ଦେହାନ୍ତ ପରେ ବିଚାଳିତ ଥିବାରୁ ତାଙ୍କୁ ସାନ୍ତ୍ୱନା ପୂର୍ବକ ଗାନ୍ଧିଜୀ କିଛି ଚିଠି ଲେଖିଥିଲେ । ଏହି ଚିଠିଗୁଡିକର ଏକ ସଂକଳନ, ‘ଏ ଥଟ୍ ଫର୍ ଦ ଡେ’ ଶୀର୍ଷକରେ ଏକ ପୁସ୍ତକ ରୂପରେ ମଧ୍ୟ ପ୍ରକାଶ ପାଇ ସାରିଛି ।
ଗାନ୍ଧିଜୀଙ୍କ ଏହି ଚିଠି ଯେତିକି ଟଙ୍କାରେ ନିଲାମ ହୋଇଛି, ତାହା ଏକ ରେକର୍ଡ । ପୂର୍ବରୁ କୌଣସି ଐତିହାସିକ ସମାଗ୍ରୀ ଭାରତରେ ଏତେ ଟଙ୍କାରେ ନିଲାମ ହୋଇନାହିଁ ବୋଲି ନିଲାମକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।
Powered by Froala Editor