ସୁନନ୍ଦା ପୁଷ୍କର ଆତ୍ମହତ୍ୟା ମାମଲା, ଶଶୀ ଥରୁର ଦୋଷମୁକ୍ତ
ନୂଆଦିଲ୍ଲୀ: ଜାନୁଆରୀ ୨୦୧୪ରେ ପନôୀ ସୁନନ୍ଦା ପୁଷ୍କରଙ୍କ ଆତ୍ମହତ୍ୟାଜନିତ ମୃତୁ୍ୟ ଘଟଣାରେ ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ ଥରୁରଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଗଲା ବୋଲି କହିବା ସହ ତାଙ୍କୁ ଏକ ଆବଶ୍ୟକ ବଣ୍ଡ ପ୍ରଦାନ କରିବାକୁ କହିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଶୁଣାଣି ସମୟରେ ଉପସ୍ଥିତ ଥିବା ଥରୁର କହିଛନ୍ତି, ମାନ୍ୟବର ନ୍ୟାୟାଳୟଙ୍କ ନିଷ୍ପତ୍ତିରେ ସେ ସନ୍ତୁଷ୍ଟ ଏବଂ କୃତଜ୍ଞ । ସାତ ବର୍ଷ ହେଲା କେସ୍ ଚାଲିବା ଅବସରରେ ସେ ଏକ ପ୍ରକାର ମାନସିକ ନିର୍ଯାତନା ପାଉଥିଲେ । ଏବେ କୋର୍ଟ ତାଙ୍କର ଅନ୍ତିମ ରାୟ ଶୁଣାଇଥିବାରୁ ସେ ମାନସିକ ଅଶାନ୍ତିରୁ ରକ୍ଷା ପାଇଲେ ବୋଲି ଥରୁର କହିଛନ୍ତି । ସୂଚନାଯୋଗ୍ୟ ଯେ, ଜାନୁୟାରୀ ୧୭, ୨୦୧୪ ରାତିରେ ସହରର ଏକ ବିଳାସପୂର୍ଣ୍ଣ ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିଥିଲା । ଦିଲ୍ଲୀ ପୁଲିସର ଚାର୍ଜସିଟରେ ଭାରତୀୟ ପିଙ୍ଗଳ କୋଡର ଧାରା ୪୯୮ଏ (ପାରିବାରିକ ମହିଳା ନିର୍ଯାତନା) ଓ ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଅନୁଯାୟୀ ଅଭିଯୁକ୍ତମାନଙ୍କ ମଧ୍ୟରେ ଶଶୀ ଥରୁରଙ୍କ ନାମ ରହିଥିଲା । ଜୁଲାଇ ୫, ୨୦୧୮ରେ ଦୌରା କୋର୍ଟ ଥରୁରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ । ଏହାପରେ ଏକ ମାଜିଷ୍ଟ୍ରେଟ କୋର୍ଟ ଜୁଲାଇ ୭ରେ ଆଗୁଆ ଜାମିନକୁ ନିୟମିତ ଜାମିନରେ ପରିଣତ କରିଥିଲେ । ଶେଷକୁ ୭ ବର୍ଷ ବିଚାର ଚାଲିବା ପରେ ଥରୁରଙ୍କ ବିରୋଧରେ ପୁଲିସ କୌଣସି ଠୋସ୍ ପ୍ରମାଣ ଦେଇ ନ ପାରିବାରୁ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିବା ଜଣାପଡ଼ିଛି ।
Powered by Froala Editor