ଆଜି ରାଜ୍ୟରେ ୧୦୪୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ କରୋନାର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୦୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୩୬ ରହିଛ । ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨୯ଜଣ, ବାଲେଶ୍ୱରରୁ ୨୨, ବରଗଡରୁ ୭, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୧୭୬, ଦେବଗଡରୁ ୭, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪୩, ଯାଜପୁରରୁ ୫୬, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୯୮,କୋରାପୁଟରୁ ୨, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୩୬, ନବରଙ୍ଗପୁରରୁ ୩, ନୟାଗଡରୁ ୧୩, ନୂଆପଡାରୁ ୧, ପୁରୀରୁ ୩୪, ରାୟଗଡାରୁ ୫, ସମ୍ବଲପୁରରୁ ୯, ସୋନପୁରରୁ ୧, ସୁନ୍ଦରଗଡରୁ ୧୩ ଓ ରାଜ୍ୟପୁଲରୁ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୯୯୮୧୮୭ ରେ ପହଁଞ୍ଚିଛି ।
Powered by Froala Editor