ଭାଇ ପାଇଁ ଆକ୍ରମଣର ଶିକାର ହେଲେ ଭଉଣୀ

ଭାଇ ପାଇଁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଆଶାକର୍ମୀ । ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଆଶାକର୍ମୀଙ୍କ ଅଭିଯୋଗ କ୍ରମେ ପୋଲିସ ଦଫା ୩୫୧,୨୯୪, ୩୨୬, ୩୦୭, ୩୪ ଆଇପିସିରେ ଏକ ମାମଲା (ନଂ.୪୮୮/୨୧) ରୁଜୁ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ଥାନୀୟ ଥାନା ୟୁନିଟ-୬ ତାରିଣୀ ବସ୍ତିର କାଳିଆ ଓରଫ ସୁଶାନ୍ତ ନାୟକ(୪୨)। ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି।
ଭୁବନେଶ୍ୱରର ୟୁନିଟ୍ ୬ ମା ତାରିଣୀ ବସ୍ତିରେ ରହୁଥିବା ଆଶାକର୍ମୀ ମଞ୍ଜୁଲତାଙ୍କ ଭାଇ ମନୋଜ ନାୟକ କ୍ୟାପିଟାଲ ହସ୍ପିଟାଲରେ ଚାଲୁଥିବା ଅକ୍ସିଜେନ ପ୍ଲାଣ୍ଟର ସୁୁପର ଭାଇଜର ଭାବେ ଦାୟିତ୍ୱରେ ଅଛନ୍ତି। ଅକ୍ସିଜେନ ପ୍ଲାଣ୍ଟରେ ଚୋରି କରିବାକୁ ନେଇ ବୁଧବାର ରାତିରେ ଅଭିଯୁକ୍ତଙ୍କ ସହ ମନୋଜଙ୍କ ବଚସା ହୋଇଥିଲା। ଏନେଇ ଅଭିଯୁକ୍ତମାନେ ମନୋଜଙ୍କ ଉପରେ ରାଗ ରଖିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଲୋକ ମନୋଜଙ୍କୁ ମାଡ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଡାକ ପକେଇବାରୁ ତାଙ୍କ ଭଉଣୀ ରଞ୍ଜୁଲତା ଦୌଡି ଆସି ଝଗଡା ସମାଧାନ କରି ଭାଇଙ୍କୁ ନେଇଯାଉଥିଲେ। ସେତିକିବେଳେ ପଛରୁ ଜଣେ ଅଭିଯୁକ୍ତ ଆସି ହାତରେ ଧରିଥିବା ଫାର୍ସାରେ ମଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲେ। ମଞ୍ଜୁଲତାଙ୍କ ହାତ, ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor