ଏଟିଏମ୍ରେ ଟଙ୍କା ଭର୍ତ୍ତି ପାଇଁ ଆସିଥିଲା ଗାଡ଼ି, ଡ୍ରାଇଭର ନେଇ ଛୁ’

ବ୍ରହ୍ମପୁର ବଡ଼ବଜାର ଅଂଚଳରେ ଏକ ATMରେ ଟଙ୍କା ଭର୍ତି କରା ଯାଉଥିବା ବେଳେ ଟଙ୍କା ନେଇ ଆସିଥିବା ଗାଡ଼ିକୁ ସେହି ଗାଡିର ଡ୍ରାଇଭର ଧରି ଚମ୍ପଟ ମାରିଛି। ସୂଚନା ଅନୁଯାୟୀ, ଆଜି ସକାଳେ ATMରେ ଟଙ୍କା ଭରିବାକୁ AGS ସଂସ୍ଥା ଗାଡ଼ି ବାହାରିଥିଲା। ଗାଡ଼ିରେ ୨୬ ଲକ୍ଷ ଥିଲା। ଡ୍ରାଇଭର ସହ ୪ କର୍ମଚାରୀ ଥିଲେ। ଗୋଟିଏ ATMରେ ୨ ଲକ୍ଷ ଲୋଡ୍ କରି ଅନ୍ୟ ATMକୁ ଯାଉଥିଲେ। ୩ ଜଣ ATM ଭିତରକୁ ଯାଇଥିବା ବେଳେ ଗାଡ଼ିରେ ଡ୍ରାଇଭର ଥିଲେ। କିଛି ସମୟ ପରେ ଡ୍ରାଇଭର ଓ ଗାଡ଼ି ନଥିବା ଦେଖିଥିଲେ ୩ କର୍ମଚାରୀ। ଥାନାରେ ଖବର ପରେ ପୁଲିସ ଗୋଳନ୍ଥରାରୁ ଗାଡ଼ି ଠାବ କରିଥିଲା। ଗାଡ଼ିରେ ଡ୍ରାଇଭର ଅଚେତ ପଡ଼ିଥିଲେ ବି ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଅଚେତ ଥିବା ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor