୫ ମିନିଟରେ ୧୯୫ ଦେଶ ଓ ରାଜଧାନୀର ନାମ କହି ବିଶ୍ୱ ରେକର୍ଡ , ଜାଣନ୍ତୁ କିଏ?
ଭୁବନେଶ୍ୱର: ଓଡ଼ିଆ ପୁଅ ଅରମାନ ନାୟକ ବିଶ୍ୱ ରେକର୍ଡ କରିଛନ୍ତି । ମାତ୍ର ୫ ମିନିଟ ୭ ସେକେଣ୍ଡରେ ୧୯୫ ଦେଶର ନାମ ସହ ସେଗୁଡ଼ିକର ରାଜଧାନୀ ଏବଂ ସମସ୍ତ ମହାଦେଶର ନାମ କହିଛନ୍ତି । ମାତ୍ର ୧୪ ବର୍ଷ ବୟସରେ ଅରମାନ ଅଳ୍ପ ସମୟ ଭିତରେ ଏସବୁ କହି ୟୁଏଇର ଓଏମଜି ବୁକ ଅଫ ରେକର୍ଡ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଦୁବାଇରେ ପିତା ସୌମ୍ୟରଞ୍ଜନ ନାୟକ ଓ ମା ମହେଶ୍ୱତା ମହାପାତ୍ରଙ୍କ ସହ ରୁହନ୍ତି ଅରମାନ । ବର୍ତ୍ତମାନ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି ସେ । ଗତ ୧୫ ତାରିଖରେ ଭର୍ଚୁଆଲରେ ଓଏମଜି ୱାଲର୍ଡ ବୁକ ଅଫ ରେକର୍ଡସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅରମାନ ୧୯୫ ଦେଶର ନାମ ସହ ରାଜଧାନୀର ନାମ କହିଥିଲେ । ଏହା ସହ ସମସ୍ତ ମହାଦେଶ ଗୁଡ଼ିକର ନାମ ମଧ୍ୟ କହିଥିଲେ । ଏସବୁକୁ ୫ ମିନିଟ ୭ ସେକେଣ୍ଡରେ ସେ କହିଥିଲେ । ଏଭଳି ରେକର୍ଡ କରିବାରେ ଅରମାନ ବିଶ୍ୱରେ ପ୍ରଥମ । ପିତା ଶ୍ରୀ ନାୟକ କହିଛନ୍ତି, ଏହି ରେକର୍ଡ କରିବା ପାଇଁ ଅରମାନ ଗତ ଦୁଇ ମାସରୁ ଅଭ୍ୟାସ କରୁଥିଲା । ଯାହା ସଫଳ ହୋଇଛି ।
Powered by Froala Editor