ଭିଜିଲାନ୍ସ ଜାଲରେ ଆଇପିଓ

ନୟାଗଡ଼ : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ପୁରୀ, ଭୁବନେଶ୍ଵର, ନୟାଗଡ଼ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ହୋଇଛି। ୪ ଜଣ ଡିଏସସପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ୮ ଜଣିଆ ଭିଜିଲାନ୍ସ ଟିମ୍ ଚଢାଉରେ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ ଆଜି(ବୁଧବାର) ପୁରୀ ଶିଳ୍ପ ପ୍ରମୋସନ ଅଫିସର ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପୁରୀ, ଭୁବନେଶ୍ୱର ଏବଂ ନୟାଗଡ଼ର ୫ଟି ସ୍ଥାନରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ୪ ଜଣ DSP, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ୮ଟି ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଏହି କାର୍ୟ୍ୟନୁଷ୍ଠାନ ନିଆଯାଇଛି । ତେବେ କେତେ ପରିମାଣର ସମ୍ପତ୍ତି ସନ୍ଧାନ ମିଳିଛି ତାହା ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ତଦନ୍ତ ସରିବା ପରେ ବେଆଇନ ସମ୍ପତ୍ତିର ଖୁଲାସା କରିବ ଭିଜିଲାନ୍ସ ।
Powered by Froala Editor