ହକି ପାଇଁ ନବୀନଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ ?

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମ ପାଇଁ ବଡ଼ ଘୋଷଣା କରିଛନ୍ତି । ସେହିପରି ଖେଳାଳୀଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ।
୧. ହକି ଟିମର ଆଉ ୧୦ ବର୍ଷ ପ୍ରାୟୋଜକ ରହିବ ଓଡ଼ିଶା । ଏବେ ୫ ବର୍ଷ ପାଇଁ ଓଡ଼ିଶା ସରକାର ପ୍ରାୟୋଜକ ଅଛନ୍ତି ।
୨. ପ୍ରତି ଖେଳାଳୀଙ୍କୁ ୧୦ ଲକ୍ଷ ଟଙ୍କା ଓ ଟିମର ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ।
୩. ଏହି ଅବସରରେ ନବୀନ ୧୩ଟି ପୁରସ୍କାର ପ୍ରଦାନ କରିଛନ୍ତି । ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେଇଛନ୍ତି ନବୀନ ।
୪. ହକି ଇଣ୍ଡିଆକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ।
ଅପରପକ୍ଷରେ ହକି ଟିମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜର୍ସି ଉପହାର ଦିଆଯାଇଛି । ଏହି ଅବସରରେ ହକି ଟିମ ଅଧିନାୟକ ମନପ୍ରୀତ ସିଂହ କହିଥିଲେଯେ, ଆମେ ପଦକ ଜିତିଲୁ । କିନ୍ତୁ ବାସ୍ତବରେ ନବୀନ ଦେଶକୁ ଏହି ଉପହାର ଦେଇଛନ୍ତି । ସେହିପରି ଓଡ଼ିଶାବାସୀ ହକିକୁ ଭଲ ପାଆନ୍ତି ଓ ଆମକୁ ନିରନ୍ତର ଉତ୍ସାହିତ କରି ଆସୁଛନ୍ତି ବୋଲି ମହିଳା ହକି ଟିମ ଅଧିନାୟିକା ରାଣୀ ରାମପାଲ ପ୍ରକାଶ କରିଛନ୍ତି । ଆଜି ହକି ଟିମକୁ ସମ୍ବଦ୍ଧ୍ୱିର୍ତ କରିବା ପାଇଁ ଭବ୍ୟ ବ୍ୟବସ୍ଥା କରାଯାଇଥିଲା ।
Powered by Froala Editor