ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ୭୫ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଦେଶ ସ୍ବାଧୀନତାର ‘ଅମୃତ ମହୋତ୍ସବ’ କୋଟି କୋଟି ଭାରତବାସୀଙ୍କ ପାଇଁ ଏକ ପର୍ବ । ଏଥିରେ ସମଗ୍ର ଭାରତର ପରମ୍ପରା ଏବଂ ସ୍ବାଧୀନତା ସଂଗ୍ରମାର ପ୍ରତିଫଳନ ଓ ସ୍ବାଧୀନ ଭାରତକୁ ଗୌରାବାନ୍ବିତ କରୁଥିବା ବିକାଶ ଯାତ୍ରା ମଧ୍ୟ ରହିଛି ।
ଏହି ଆୟୋଜନ ଆମର ଏହି ୭୫ ତମ ବର୍ଷର ଉପଲବ୍ଧିକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବା ଏବଂ ଆସନ୍ତା ୨୫ ବର୍ଷ ପାଇଁ ବିକାଶର ରୂପରେଖ ଏବଂ ସଙ୍କଳ୍ପ ଲାଗି ପ୍ରେରଣା ନେବାର ଆବସର ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅମୃତ ମହୋତ୍ସବ ଦେଶବାସୀଙ୍କ ମଧ୍ୟରେ ଶକ୍ତି ପ୍ରଦାନ କରିବ ବୋଲି ମଧ୍ୟ ସେ କହିଛନ୍ତି ।
Powered by Froala Editor