ଓଡ଼ିଶା ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗ, ନିଷ୍ପତ୍ତି ନେବେ ଭୁବନେଶ୍ୱର ଡିସିପି
କଟକ : ଓଡ଼ିଶା ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ ପ୍ରସଙ୍ଗରେ ଭୁବନେଶ୍ୱର ଡିସିପି ନିଷ୍ପତ୍ତି ନେବେ । ଏ ନେଇ ୱେବଚାନେଲ ନିଦେ୍ର୍ଧଶକ ସୁଧାଂଶୁ ଶେଖର ରାଉତଙ୍କ ଅଗଷ୍ଟ ୭ ର ଅଭିଯୋଗ ଉପରେ ସୁପି୍ରମକୋର୍ଟଙ୍କ ‘ଲଳିତାକୁମାରୀ ବନାମ ୟୁପି ସରକାର ମାମଲା’ ରାୟ ଆଧାରରେ ଆଇନ ଅନୁସାରେ ଡିସିପି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅଗଷ୍ଟ ୭ ର ଅଭିଯୋଗ ଉପରେ ୪ ସପ୍ତାହ ଭିତରେ ନିଷ୍ପତ୍ତି ଗ୍ରହଣ କରାଯିବ ଓ ଏ ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି । ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀରାଉତଙ୍କ ଆବେଦନ ଶୁଣାଣି କରି ଏପରି ନିଦେ୍ର୍ଧଶ ଦେଇଛନ୍ତି । ପୁଲିସ ନିଷ୍କି୍ରୟତା ବିରୋଧରେ ଫୋକସ ପ୍ଲସର ନିଦେ୍ର୍ଧଶକ ଶ୍ରୀ ରାଉତଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ଅଗଷ୍ଟ ୪ରେ ଦୂତିଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ଏତଲାକୁ ପୁଲିସ ଗ୍ରହଣ କରୁନାହିଁ । ଏ ନେଇ ଗତ ୭ ତାରିଖ ଦିନ ଡିସିପିଙ୍କୁ ଅବଗତ କରାଯିବା ପରେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଆବେଦନକାରୀ ରାଜ୍ୟ ସରକାର, ଭୁବନେଶ୍ୱର ଡିସିପି, ଲକ୍ଷ୍ମୀସାଗର ଥାନା ଆଇଆଇସି ଓ ଦୂତି ଚାନ୍ଦଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତି୍ରପାଠୀ ମାମଲାର ପରିଚାଳନା କରୁଥିଲେ ।
Powered by Froala Editor