ଭୁବନେଶ୍ୱରରେ ନିର୍ମାଣ ହେବ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରେ ଏକ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ହେବ । ଏଥିପାଇଁ ସମୁଦାୟ ୩୪୭.୮୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଭବନରେ ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରହିବା ଦ୍ୱାରା ଏହା ମାଧ୍ୟମରେ ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଏବଂ ରାଜସ୍ୱ ଆଦାୟ ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।
Powered by Froala Editor