ପୁରା କରିପାରିଲେନି କର୍ତ୍ତିକ ବ୍ରତ, ଆଖି ବୁଜିଲେ ହବିଷ୍ୟାଳି
ପୁରୀ: ପଞ୍ଚୁକରେ ଆଖି ବୁଜିରେ ହବିଷ୍ୟାଳି । ପୁରା କରିପାରିଲେନି କର୍ତ୍ତିକ ବ୍ରତ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ହବିଷ୍ୟାଳି । ପୁରୀ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ବ୍ରତ ପାଳନ କରୁଥିବା ଜଣେ ୭୦ ବର୍ଷୀୟ ହବିଷ୍ୟାଳୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ହବିଷ୍ୟାଳି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆର ରଙ୍ଗଲତା ଭଞ୍ଜ । କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସେ ପୁରୀ ଆସିଥିଲେ । ହେଲେ ବ୍ରତ ପୁରା କରିବା ଆଗରୁ ଆଖି ବୁଜିଛନ୍ତି ବୃଦ୍ଧା ।
ପୁରୀ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହି ହବିଷ୍ୟ ବ୍ରତ ପାଳନ କରୁଥିଲେ । ଗତକାଲି ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।
Powered by Froala Editor