Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ ...

  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ...

  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ ...

  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ...

  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ...

  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ...

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ ...

  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ...

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା ଅକୱାନର ଲ୍ୟାଣ୍ଡଫଲ୍ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ମିଳିତ ସମୀକ୍ଷା

ବାତ୍ୟା ଅକୱାନର ଲ୍ୟାଣ୍ଡଫଲ୍ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ମିଳିତ ସମୀକ୍ଷା

2026-11-20 16:51:23
14984
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ଅକୱାନର ଲ୍ୟାଣ୍ଡଫଲ୍ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ମିଳିତ ସମୀକ୍ଷା

  - *ମହାପ୍ରଭୁଙ୍କ ଆଶୀର୍ବାଦରୁ ଆସନ୍ତାକାଲି ସୁଦ୍ଧା ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହେବା ଆଶା*


   - *ପ୍ରାୟ ୪ ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ*

 

   - *ଦିନତମାମ କଣ୍ଟ୍ରୋଲ୍ ରୁମରୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା ତଥା ପରିସ୍ଥିତି ତଦାରଖ*


    - *ବିଭିନ୍ନ ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ପ୍ରତ୍ୟକ୍ଷ ସେବା ଯୋଗାଇ ଦେଲେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ*


ଭୁବନେଶ୍ୱର, ନଭେମ୍ବର ୨୦ : ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଜନସୁରକ୍ଷା ଓ ଉଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ଆଜି SEOC, ରାଜୀବ ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସମୀକ୍ଷା କରିବା ପରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି।



                 ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇଛି । ଏହା ନୟାଗଡ଼, ଅନୁଗୁଳ ଓ ସମ୍ବଲପୁର ଦେଇ ଝାଡ଼ଖଣ୍ଡ ଆଡ଼କୁ ଗତି କରିବାର ଆକଳନ କରାଯାଇଛି। ଓଡ଼ିଶା ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫-୬୫ କିଲୋମିଟର ରହିଥିବା ବେଳେ ଏହା କ୍ରମଶଃ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍‌ ଏବଂ ପରେ ଡିପ୍ରେସନରେ ପରିଣତ ହୋଇଛି।


                    ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଥିଲା। ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ୍‌ରେ ରଖାଯାଇଥିବା ବେଳେ କେତେକ ଜିଲ୍ଲାକୁ ଅରେଞ୍ଜ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକୁ ୟେଲୋ ଜୋନ୍‌ରେ ରଖାଯାଇଥିଲା।


                       ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଚି। ସେହିପରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ଯ ସ୍ଥଳବିଶେଷରେ ବର୍ଷା ହେବାର ସମ୍ଭାବନା ରହିଛି। 


                      ଝାଡ଼ଖଣ୍ଡରେ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ସେଠାକାର ଜଳସମ୍ପଦ ବିଭାଗର ସଚିବଙ୍କ ସହ ରାଜ୍ୟ ସରକାର ଯୋଗାଯୋଗ କରିଛନ୍ତି। ଝାଡ଼ଖଣ୍ଡରେ ଡ୍ୟାମ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଜଳଧାରଣ କ୍ଷମତା ଉପଲବ୍ଧ ଥିବାରୁ ଆବଶ୍ୟକ ଜଳ ସଂରକ୍ଷଣ କରାଯିବ ଏବଂ ଅତିରିକ୍ତ ଜଳ ଛଡ଼ାଯିବ ନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି।



                      ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ୨୦ଟି ଜିଲ୍ଲାର ୧୯୭ଟି ବ୍ଲକ୍ ଓ ୫୬ଟି ପୌରାଞ୍ଚଳ ଅନ୍ତର୍ଗତ ୬,୨୦୧ଟି ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା। ପ୍ରାୟ ୪ ଲକ୍ଷ ୪୦ ହଜାର ୪୬୧ ଲୋକଙ୍କୁ ବିପଦସଂକୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।


                      ଲୋକମାନଙ୍କ ସୁରକ୍ଷିତ ଆଶ୍ରୟ ନିମନ୍ତେ ପ୍ରାୟ ୧୦ ହଜାର ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୩,୬୫୩ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ସହ ଅଧିକାରୀମାନେ ଉପସ୍ଥିତ ରହି ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।


                      ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ନିରାପଦ ପ୍ରସବ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଚିହ୍ନଟ ହୋଇଥିବା ୧୨୩୦୫ ଜଣ ଆସନ୍ନପ୍ରସବା ମହିଳାଙ୍କ ମଧ୍ୟରୁ ୫୬୭୪ ଜଣ ମହିଳାଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା ଏବଂ ତନ୍ମଧ୍ୟରୁ ୨୩୧୬ ଜଣଙ୍କର ନିରାପଦ ପ୍ରସବ ହୋଇଛି। ଉଭୟ ମା' ଓ ନବଜାତ ସମସ୍ତେ ଶିଶୁ ସୁସ୍ଥ ଅଛନ୍ତି।


                     ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ନିୟନ୍ତ୍ରଣରେ ରହିଛି। ମହାନଦୀ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଓ ସତର୍କ ସଂକେତଠାରୁ ତଳେ ରହିଛି। ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ମଧ୍ୟ ଜଳସ୍ତର ବିପଦ ଓ ସତର୍କ ସଂକେତଠାରୁ କମ୍ ରହିଛି।


                     ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ଅଧିକ ବର୍ଷା ହେବାର ଆକଳନ ରହିଛି। ଏହାର ପ୍ରଭାବ ପଡ଼ୋଶୀ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇପାରେ। ତେଣୁ ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି।


                       କେତେକ ସ୍ଥାନରେ ଛୋଟ ଧରଣର ଭୂସ୍ଖଳନ ଓ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ରିପୋର୍ଟ ମିଳିଥିଲା। ଅଗ୍ନିଶମ ସେବା, NDRF ଓ ODRAF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିଛନ୍ତି। ୧୫ରୁ ୨୦ଟି ସ୍ଥାନରେ ଗଛର ଡାଳ ଭାଙ୍ଗି ପଡ଼ିଥିବା ଘଟଣାକୁ ତୁରନ୍ତ ସମାଧାନ କରାଯାଇଛି।


                      ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଅପ୍ରୀତିକର ଘଟଣା ସମ୍ପର୍କିତ ରିପୋର୍ଟ ହସ୍ତଗତ ହୋଇନାହିଁ। ରାସ୍ତା, ଗମନାଗମନ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ମଧ୍ୟ କୌଣସି ବିଶେଷ କ୍ଷୟକ୍ଷତିର ସୂଚନା ମିଳିନାହିଁ। ପ୍ରତିକୂଳ ପାଣିପାଗ ଯୋଗୁଁ କେତେକ ରେଳ ଓ ବିମାନ ସେବା ବାତିଲ କରାଯାଇଥିଲା। ପରେ ପରିସ୍ଥିତି ଦେଖି ତାହାକୁ ପର୍ଯ୍ୟାୟକ୍ରମେ ସ୍ୱାଭାବିକ କରାଯାଇଛି। 



                      ସେହିପରି ଉଭୟ SRC କାର୍ଯ୍ୟାଳୟ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ବେଳେ ଗଣମାଧ୍ଯମରେ ପ୍ରସାରିତ ବିଭିନ୍ନ ଖବରର ସତ୍ୟତା ଯାଞ୍ଚ କରାଯାଇ କୌଣସି ସ୍ଥାନରେ ସମସ୍ୟା ଥିଲେ ତୁରନ୍ତ ତାହାର ସମାଧାନ ସୁନିଶ୍ଚିତ କରାଯାଉଛି। 


                      ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ରାତି ୨ଟା ପର୍ଯ୍ୟନ୍ତ SEOCରେ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ସ୍ଥିତିର ସମୀକ୍ଷା କରିଥିଲେ। ଆଜି ମଧ୍ୟ ସକାଳ ୧୧ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଉପସ୍ଥିତ ରହି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଗତରାତି ସାରା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇଥିଲା।


                       ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟରେ ସାଂସଦ, ବିଧାୟକଙ୍କ ସମେତ ଜନପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ସକ୍ରିୟ ସହଯୋଗ କରିଥିଲେ। ବିଶେଷକରି ବୟସ୍କ ଓ ଅସହାୟ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଗ୍ରାଉଣ୍ଡ ଜିରୋରେ ରହି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ।


                       ମାନ୍ୟବର ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ, ପ୍ରଶାସନର ସଜାଗତା ଓ ଆଗୁଆ ପ୍ରସ୍ତୁତି ଯୋଗୁଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରାଯାଇପାରିଛି। ଆଜି ରାତି ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଣିପାଗ ସ୍ଥିତି ସ୍ୱାଭାବିକ ହେବାର ଆଶା ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶାରେ ପରିସ୍ଥିତି ପୁନର୍ବାର ସ୍ୱାଭାବିକ ହେବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।


                        ତେବେ ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ଯାଏଁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...
    ରାଜନୀତି

    ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...

    13878
    Nov 20, 2026
  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...
    ରାଜନୀତି

    ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...

    14894
    Nov 20, 2026
  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ
    ଦେଶ-ଦେଶାନ୍ତର

    ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13584
    Nov 20, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14045
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ
    ବାଣିଜ୍ୟ

    ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13770
    Nov 20, 2026
  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା
    ରାଜନୀତି

    ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

    14993
    Nov 20, 2026
  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା
    ରାଜନୀତି

    ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

    15046
    Nov 20, 2026
  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !
    ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14664
    Nov 20, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, ...
    ବାଣିଜ୍ୟ

    ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, ...

    15400
    Nov 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15508
    Nov 20, 2026
  • ରାଜନୀତି

    ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା

    13878
    Nov 20, 2026
  • ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14664
    Nov 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17297
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18000
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18369
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15394
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14800
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14426
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15769
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14550
    Nov 07, 2026

ବାଣିଜ୍ୟ

ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

ଭୁବନେଶ୍ୱର: ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ବେଦାନ୍ତ ଆଲୁମିନିୟମ ରାୟଗଡ଼ା, କାଶିପୁର, ଭବାନୀପାଟଣା ...

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13770
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15726
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14350
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15200
    Nov 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13584
    Nov 20, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14045
    Nov 20, 2026
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା

    13878
    Nov 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In