ସନ୍ଧ୍ୟା ସୁଦ୍ଧା 'ଅକୱାନ୍ ' ହେବ ଦୁର୍ବଳ: ଆଇଏମଡି ଡିଜି
ଭୁବନେଶ୍ବର: ସ୍ଥଳଭାଗ ଅତିକ୍ରମ ପରେ ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ୍’। 'ଗୋପାଳପୁରରୁ ୧୫ କିମି ଦୂରରେ ଉପକୂଳ ଅତିକ୍ରମ କରିଛି ବାତ୍ୟା। ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ପବନ ବେଗ ୭୦ରୁ ୮୦ କିଲୋମିଟର ରହିଥିଲା।
ଆଜି ସନ୍ଧ୍ୟା ସୁଦ୍ଧା 'ଅକୱାନ୍ ' ଦୁର୍ବଳ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ 'ଗଭୀର ଅବପାତ'ରେ ପରିଣତ ହେବ। ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ 'ଅବପାତ'ରେ ପରିଣତ ହେବ।
Powered by Froala Editor