Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ...

  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ...

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ ...

  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ...

  • ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ...

  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ...

  • ଭାରତରେ ପ୍ରଥମଥର ସ୍ୱଦେଶୀ ଏଚ୍‌-୫ଏନ୍‌-୧ ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

  • ସମାରୋହରୁ ଫେରୁଥିଲେ, କେନାଲକୁ ...

ରାଜ୍ୟ
Home ›› ରାଜ୍ୟ ››ସ୍ୱାମୀଙ୍କୁ ମାରିବା ପାଇଁ ମଙ୍ଗଳସୂତ୍ର ବନ୍ଧା ପକାଇଲା ସ୍ତ୍ରୀ

ସ୍ୱାମୀଙ୍କୁ ମାରିବା ପାଇଁ ମଙ୍ଗଳସୂତ୍ର ବନ୍ଧା ପକାଇଲା ସ୍ତ୍ରୀ

2026-11-20 12:23:55
14145
Share:
Facebook
Twitter
E-Mail
WhatsApp
Telegram
ସ୍ୱାମୀଙ୍କୁ ମାରିବା ପାଇଁ ମଙ୍ଗଳସୂତ୍ର ବନ୍ଧା ପକାଇଲା ସ୍ତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ମୃତକଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପରକୀୟା ପ୍ରୀତିକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ। ପ୍ରେମିକ ଓ ଅନ୍ୟ ଜଣେ ଯୁବକଙ୍କୁ ଲଗାଇ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଛନ୍ତି ସ୍ତ୍ରୀ। ଏମିତିକି ସ୍ୱାମୀଙ୍କୁ ମାରିବା ପାଇଁ ନିଜ ମଙ୍ଗଳସୂତ୍ରକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ ସ୍ତ୍ରୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସ୍‌ପି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ମୃତ ସୁଦାମ ନାଗଙ୍କ ପତ୍ନୀ କବିତା ନାଗ (୩୪), ତାଙ୍କ ପ୍ରେମିକ ତ୍ରିଲୋଚନ ଓରଫ ଟିଙ୍କୁ ଓରଫ୍ ଟିକେଚାନ୍ଦ ବାଗ (୩୪) ଓ ଦୀର୍ଘ ଦିନର ବନ୍ଧୁ ଯୁବରାଜ ସାହୁ (୪୨)। ଯୁବରାଜଙ୍କ ଘର ବ୍ରାହ୍ମଣୀପାଲି ଗାଁରେ। ଟିକେଚାନ୍ଦ ବାଗଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା କପାସିରା ଗାଁରେ।
ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଚାରିଟି ଖାଲି ଗୁଳି ଖୋକା, ଦୁଇଟି ବାଇକ୍‌, ୫ଟି ମ୍ବାଇଲ ଫୋନ୍ ଓ ନଗଦ ୧୪୬୦ ଟଙ୍କା ଜବତ କରାଯାଇଛି।
ଘଟଣାଟି ଘଟିଥିଲା ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ସାଢ଼େ ୭ଟାରୁ ୮ଟା ଭିତରେ। ଡୁଙ୍ଗୁରିପାଲି ଥାନା ସାଲେପାଲି-ଆଇଁଲାସାରୀ ରାସ୍ତାରେ ବ୍ରାହ୍ମଣୀପାଲି ଗାଁର ଯୁବକ ସୁଦାମ ନାଗଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରାଯାଇଥିଲା।ଏହି ଘଟଣା ନେଇ ସେହି ଦିନ ହିଁ ସୁଦାମଙ୍କ ପତ୍ନୀ କବିତା ନାଗ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ଅଜଣା ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ।ଘଟଣାର ତଦନ୍ତ ବେଳେ ସାକ୍ଷୀମାନଙ୍କ ବୟାନ, ବୈଷୟିକ ତଥ୍ୟର ବିଶ୍ଳେଷଣ ଏବଂ ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତ ତ୍ରିଲୋଚନ ଓରଫ୍ ଟିଙ୍କୁ ଓରଫ୍ ଟିକେଚାନ୍ଦ ବାଗଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରାୟ ଏକ ବର୍ଷ ହେଲା ତ୍ରିଲୋଚନ ବାଗଙ୍କ ସହିତ ମୃତ ସୁଦାମ ନାଗଙ୍କ ପତ୍ନୀ କବିତା ନାଗଙ୍କର ଅନୈତିକ ସମ୍ପର୍କ ଥିଲା। ଏଥିସହିତ ସହ-ଅଭିଯୁକ୍ତ ଯୁବରାଜ ସାହୁଙ୍କ ସହିତ ମଧ୍ୟ କବିତା ନାଗଙ୍କର ପ୍ରାୟ ୧୨ ବର୍ଷ ହେବ ବନ୍ଧୁତା ଥିଲା। ତ୍ରିଲୋଚନଙ୍କ ସହିତ ପତ୍ନୀ କବିତାଙ୍କର ଅନୈତିକ ସମ୍ପର୍କ ଥିବା ବିଷୟରେ ଜାଣିଥିଲେ ସୁଦାମ। ସେଥିପାଇଁ ତ୍ରିଲୋଚନଙ୍କୁ ସେ ତାଙ୍କ ଘରକୁ ନଆସିବାକୁ କଡ଼ା ତାଗିଦ କରିଥିଲେ। ଏହା ସହିତ ତାଙ୍କ ସହିତ ଯୋଗାଯୋଗ ନକରିବାକୁ ମଧ୍ୟ ପତ୍ନୀଙ୍କୁ କହିଥିଲେ ସୁଦାମ। ଆଉ ଏହା କବିତା ଓ ତ୍ରିଲୋଚନଙ୍କ ପାଇଁ ଅସହ୍ୟ ହୋଇଥିଲା। ତେଣୁ ସୁଦାମଙ୍କୁ ହତ୍ୟା କରିବା ପାଇଁ ତ୍ରିଲୋଚନ ବାଗ, ଯୁବରାଜ ସାହୁ ଏବଂ କବିତା ନାଗ ମିଳିତ ଭାବେ ଷଡ଼ଯନ୍ତ୍ର ରଚିଥିଲେ ।
ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ କବିତା ନାଗ ନିଜର ସୁନାର ମଙ୍ଗଳସୂତ୍ରକୁ ତ୍ରିଲୋଚନ ବାଗଙ୍କୁ ଦେଇଥିଲେ। ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ପରବର୍ତ୍ତୀ ସମୟରେ ତ୍ରିଲୋଚନ ନାଗ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଦେଶୀ ପିସ୍ତଲ ଏବଂ କିଛି ଗୁଳି କ୍ରୟ କରିଥିଲେ।
୧୭ ତାରିଖ ସନ୍ଧ୍ୟାରେ ସୁଦାମ ନାଗ ତାଙ୍କ ବାଇକ୍ ଆଣିବା ପାଇଁ ଡୁଙ୍ଗୁରିପାଲିସ୍ଥିତ ପଠାନ ଗ୍ୟାରେଜକୁ ଯାଇଥିଲେ। ସେହି ସମୟରେ ଯୁବରାଜ ସାହୁ ଫୋନ୍ କରି ସୁଦାମଙ୍କ ଅବସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି କବିତା ନାଗଙ୍କୁ ଜଣାଉଥିଲେ । କବିତା ନାଗ ହ୍ଵାଟ୍ସଆପ୍ କଲ୍ ମାଧ୍ୟମରେ ତ୍ରିଲୋଚନ ବାଗଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହି ସୁଦାମଙ୍କ ଅବସ୍ଥିତି ସମ୍ପର୍କିତ ସୂଚନା ତାଙ୍କୁ ପ୍ରଦାନ କରୁଥିଲେ । ଏହି ସୂଚନା ଆଧାରରେ ତ୍ରିଲୋଚନ ବାଗ ସାଲେପାଲି-ଆଉଁଳାସାରୀ ରାସ୍ତାର ପକେଲ ଛକ ନିକଟରେ ବାଇକ୍‌ରେ ଯାଉଥିବା ସୁଦାମ ନାଗଙ୍କୁ ଅଟକାଇ ଦେଶୀ ପିସ୍ତଲରୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ସୁଦାମ ତଳେ ପଡ଼ିଯିବା ପରେ ସେ ଅତି ନିକଟରୁ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ସୁଦାମ ନାଗଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

Powered by Froala Editor

Tags Murder

Related articles Odisha News Lens 4.1

  • ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

    15315
    Nov 19, 2026
  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ
    ଦେଶ-ଦେଶାନ୍ତର

    ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15468
    Nov 20, 2026
  • ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା  ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14767
    Nov 19, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    13995
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ
    ବାଣିଜ୍ୟ

    ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13735
    Nov 20, 2026
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...
    ଦେଶ-ଦେଶାନ୍ତର

    ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...

    13552
    Nov 19, 2026
  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !
    ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14625
    Nov 20, 2026
  • ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ଶାହରୁଖ, ଆମିର
    ମନୋରଞ୍ଜନ

    ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ଶାହରୁଖ, ଆମିର

    15014
    Nov 20, 2026
  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ
    ଦେଶ-ଦେଶାନ୍ତର

    ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13521
    Nov 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14625
    Nov 20, 2026
  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ

    15315
    Nov 19, 2026
  • ଦେଶ-ଦେଶାନ୍ତର

    ସମାରୋହରୁ ଫେରୁଥିଲେ, କେନାଲକୁ ଖସିପଡ଼ିଲା ସ୍କର୍ପିଓ : ୬ଜଣଙ୍କ ମୃତ୍ୟୁ

    14767
    Nov 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17297
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18000
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18369
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15390
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14795
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14422
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15764
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14546
    Nov 07, 2026

ବାଣିଜ୍ୟ

ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

ଗୁରୁବାର ଶେୟାର ବଜାର ନିବେଶକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସେନ୍‌ସେକ୍ସ ପ୍ରାୟ ୯୯୦ ପଏଣ୍ଟ ବଢ଼ିଥିବାବେଳେ ନିଫ୍ଟି ୨୫,୫୦୦ ପାର୍ କରିଛି। ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ବ୍ୟାପକ କ୍ରୟ ଯୋଗୁଁ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।

ବୁଧବାରର ହ୍ରାସ ପରେ ଗୁରୁବାର ବଜାର ପୁଣି ...

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15691
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14315
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15199
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14974
    Nov 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ: ମୋଦୀ

    13552
    Nov 19, 2026
  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15468
    Nov 20, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    13995
    Nov 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In