କୋଟିଆ ପ୍ରସଙ୍ଗ ନେଇ ଆତ୍ମାହୂତି ଚେତାବନୀ ଦେଲେ ତାରା
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଶୁକ୍ରବାର ଥିଲା ତୃତୀୟ ଦିନ । ତୃତୀୟ ଦିନରେ ବି ବିରୋଧୀ କଂଗ୍ରେସ କୋଟିଆ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛି । ପ୍ରଥମ ଦିନରୁ ହିଁ କଂଗ୍ରେସ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଆସୁଛି । ତେବେ କୋଟିଆ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଚରମ ଚେତାବନୀ ଦେଇଛନ୍ତି । କୋଟିଆ ପ୍ରସଙ୍ଗରେ ଗୃହରେ ଆଲୋଚନା ନହେଲେ ସେ ଗୃହରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ୫୦ ଗ୍ରାମକୁ ଆନ୍ଧ୍ର ମାଡ଼ି ବସିଲାଣି । କୋଟିଆ ହେଉଛି ଆମର ମା’ ମାଟି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ତାରା କହିଛନ୍ତି ।
Powered by Froala Editor