ଲାଗି ରହିଛି ବର୍ଷା ସାଙ୍ଗକୁ ପବନ
ଦିଗପହଣ୍ଡି: ବାତ୍ୟା ‘ଅକ୍ୱାନ୍ ’ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଲାଗି ରହିଛି ବର୍ଷା ସାଙ୍ଗକୁ ପବନ। ଲଗାଣ ବର୍ଷା ଯୋଗୁଁ ଦିଗପହଣ୍ଡି ମୁଖ୍ୟ ବସ୍ ଷ୍ଟାଣ୍ଡ ରାସ୍ତାରେ ଜମିଛି ଆଣ୍ଠୁଏ ଉଚ୍ଚର ପାଣି। ଫଳରେ ଯାତାୟାତରେ ସୃଷ୍ଟି ହୋଇଛି ବାଧା।
ଗାଡ଼ି ଚଳାଚଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟାତ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି। ଫଳରେ ଲୋକେ ହଇରାଣ ହେଉଛନ୍ତି।
Powered by Froala Editor