' କୌଣସି ପିତା ନିଜ ଝିଅର ସାଙ୍ଗିଆ ବଦଳାଇବା ଲାଗି ତାଙ୍କ ଉପରେ ଚାପ ପକାଇପାରିବେ ନାହିଁ'

ନୂଆଦିଲ୍ଲୀ : ନିଜ ନାମରେ ମା’ଙ୍କ ସାଙ୍ଗିଆ ଲଗାଇବାର ଅଧିକାର ସବୁ ପିଲାମାନଙ୍କର ରହିଛି । କୌଣସି ପିତା ନିଜ ଝିଅର ସାଙ୍ଗିଆ ବଦଳାଇବା ଲାଗି ତାଙ୍କ ଉପରେ ଚାପ ପକାଇପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଜଣେ ନାବାଳିକା ଝିଅର ପିତାଙ୍କ ପକ୍ଷରୁ ଦାୟର ପିଟିସନ ଉପରେ ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି । ପିତା ଜଣକ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ମା’ଙ୍କ ସାଙ୍ଗିଆ ନୁହେଁ, ବରଂ ତାଙ୍କ ନାମର ସାଙ୍ଗିଆ ଅନୁସାରେ ଝିଅର ସାଙ୍ଗିଆ ସମସ୍ତ ଦସ୍ତାବିଜ ଓ ପ୍ରମାଣପତ୍ରରେ ବ୍ୟବହାର କରିବାକୁ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଉ । କିନ୍ତୁ ବିଚାରପତି ରେଖା ପାଲି ଏଭଳି କୌଣସି ନିଦେ୍ର୍ଧଶ ଦେବାକୁ ମନା କରିଦେଇଛନ୍ତି । କହିଛନ୍ତି ଝିଅ କେବଳ ନିଜର ସାଙ୍ଗିଆ ବ୍ୟବହାର କରିବାକୁ ଜଣେ ପିତା ଆଦେଶ ଦେବାର ଅଧିକାର ନାହିଁ । ଯଦି ନାବାଳିକା ଝିଅ ନିଜର ସାଙ୍ଗିଆକୁ ନେଇ ଖୁସି ଅଛି, ତେବେ ପିତାଙ୍କର ଏଥିରେ ଅସୁବିଧା କାହିଁକି ହେଉଛି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି । ଯଦି ଜଣେ ପିଲା ନିଜ ନାମ ସହିତ ପିତାଙ୍କ ସାଙ୍ଗିଆ ବଦଳରେ ମା’ଙ୍କ ସାଙ୍ଗିଆ ବ୍ୟବହାର କରିବାକୁ ଚାହାନ୍ତି ତେବେ ତାହା କରିପାରିବେ । ସେହି ଅଧିକାର ସେମାନଙ୍କର ରହିଛି । ଶୁଣାଣି ସମୟରେ ପିତାଙ୍କ ଓକିଲ ଅନୁଜ କୁମାର ରଞ୍ଜନ ଦର୍ଶାଇଥିଲେ ଯେ ଝିଅ ନାବାଳିକା ଅଛନ୍ତି । ତେଣୁ ସେ ଏହି ମାମଲାରେ ଚୂଡାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ । ପିତାଙ୍କ ଠାରୁ କିଛି ବର୍ଷ ହେଲା ଅଲଗା ହୋଇଯାଇଥିବା ମା’ଝିଅର ନାମର ସାଙ୍ଗିଆକୁ ଶ୍ରୀବାସ୍ତବରୁ ସାକ୍ସେନା କରିଦେଇଛନ୍ତି ।
Powered by Froala Editor