ଦିଲ୍ଲୀରେ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ କିଣାବିକା

ନୂଆଦିଲ୍ଲୀ: ରାଜଧାନୀରେ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ୍ ସରକାର ଏବେ କଟକଣାକୁ କୋହଳ କରୁଛନ୍ତି । ଏଣିକି ରାତି ୧୦ ପର୍ଯ୍ୟନ୍ତ କିଣାବିକା କରିବାକୁ ଅନୁମତି ଦିଆଯାଇଛି । ଅର୍ଥାତ୍ ମଲ୍ ଓ ବଜାର ସେ ପର୍ଯ୍ୟନ୍ତ ଖୋଲା ରହିବ । ଶନିବାର ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ଆଗାମୀ ପର୍ବ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ଦିଲ୍ଲୀର ବ୍ୟବସାୟିକ ସଂଗଠନଗୁଡିକ ଆପ୍ ସରକାରଙ୍କୁ ଉତ୍ସବ ଋତୁ ପୂର୍ବରୁ ବଜାର ଖୋଲିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ନିକଟରେ ଦିଲ୍ଲୀ ବିଜେପି ଏକ ବିକ୍ଷୋଭ ପ୍ରଦର୍ଶନ କରି ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ଦେବାକୁ ଦାବି କରିଥିଲା । ପରିସ୍ଥିତି ସମୀକ୍ଷା ପରେ ଆଜି ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ୍ ମାସରେ କଠୋର ନିଷ୍ପତ୍ତି ନିଆଯାଇଥିଲା । ସାରା ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏବେ ସଂକ୍ରମଣ କରିବା ପରେ ଧୀରେ ଧୀରେ କୋହଳ ହେଉଛି କଟକଣା ।
Powered by Froala Editor