ଅକ୍ଟୋବରରେ ଲଞ୍ଚ ହେବ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଟିକା

ନୂଆଦିଲ୍ଲୀ : ସମ୍ଭାବ୍ୟ ତୃତୀୟ କରୋନା ଲହର ମଧ୍ୟରେ ଟିକାକରଣ ଜୋରଦାର କରିବାକୁ ସରକାର ପ୍ରୟାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ଉପଲବ୍ଧ ହୋଇନାହିଁ । ଏଣୁ ତୃତୀୟ ଲହରରେ ଏହି ବର୍ଗ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏଭଳି ସ୍ଥିତିରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସରେ ‘କୋଭାଭାକ୍ସ’ ଟିକା ଲଞ୍ଚ କରିବାକୁ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ (ଏସଆଇଆଇ) ର ମୁଖ୍ୟ ଆଦର ପୁନୱାଲା ଘୋଷଣା କରିଛନ୍ତି । ଦେଶରେ କୋଭାଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସେରମ ଇନଷ୍ଟିଚୁ୍ୟ ଆବେଦନ କରିସାରିଛି । ୧୨ ବର୍ଷ ବୟସରୁ ଊଦ୍ଧ୍ୱର୍ଙ୍କ ପାଇଁ ଅକ୍ଟୋବରରେ କୋଭାଭାକ୍ସ ଟିକା ଲଞ୍ଚ ହେବ । ଅପରପକ୍ଷରେ ୧୨ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭାଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନୱାଲା କହିଛନ୍ତି ।
Powered by Froala Editor