୨୭ ବର୍ଷରେ ପାଦ ଥାପିଲା ମହାବାତ୍ୟା
ରାଜନଗର: ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା ଉପକୂଳବାସୀଙ୍କ ପାଇଁ ଦୁଃଖର ଦିନ। ଏହି ଦିନର କାଳରାତ୍ରିରେ ମହାକାଳ ରଚିଥିଲା ମହାପ୍ରଳୟ। ୩୦୦ କିଲୋମିଟର ବେଗରେ ପବନ ସାଙ୍ଗକୁ ୨୫ ଫୁଟ ଉଚ୍ଚର ସମୁଦ୍ର ଜୁଆର ଆସି ଛାରଖାର କରିଦେଇଥିଲା ଉପକୂଳର ଜନଜୀବନ। ଏହି ପ୍ରଳୟଙ୍କରୀ ମହାବାତ୍ୟାକୁ ଏବେ ୨୬ବର୍ଷ ପୂରି ୨୭ରେ ପାଦ ଥାପିଛି। ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରୁ ୪୦ଜଣ ଲୋକ ପ୍ରାଣ ହରାଇଥିଲେ। ୧୯୭୧, ୧୯୯୯ ମହାବାତ୍ୟା ଠିକ୍ ଅକ୍ଟୋବର ୨୮, ୨୯ ତାରିଖରେ ପ୍ରଳୟ ସୃଷ୍ଟି କରିଥିଲା। ତେଣୁ ଯେତେବେଳେ ଅକ୍ଟୋବର ମାସ ପାଖେଇ ଆସେ, ଉପକୂଳବାସୀଙ୍କ ଆଖିରୁ ଏକ ପ୍ରକାର ନିଦ ହଜିଯାଏ ।
Powered by Froala Editor