ପବନରେ ଭାଙ୍ଗି ଗଲା ଗଜଲକ୍ଷ୍ମୀ ପୂଜା ଗେଟ୍
ଭବାନୀପାଟଣା: ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡା ଛକ ଓ ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥ ୨୬ (କ)ରେ ଗଜଲକ୍ଷ୍ମୀ ପୂଜାର ଗେଟ୍ ପବନରେ ହଠାତ୍ ଭାଙ୍ଗି ଯାଇ ରାସ୍ତାରେ ପଡ଼ିଯାଇଛି।
ଫଳରେ ଏହି ସମୟରେ ଯାଉଥିବା ଏକ ଓଟୋ,କାର୍,ବୋଲେରୋ ଗେଟ୍ ତଳେ ଚାପି ହୋଇଯାଇଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି।
Powered by Froala Editor