ବାତ୍ୟା ଯୋଗୁ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ପୁରୁଷୋତ୍ତମପୁର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଏଠାରେ ୮୮.୦ ମିଲିମିଟର ବର୍ଷା ହୋଇଛି। କେଏନ୍ପୁର ପଞ୍ଚାୟତ ପକ୍ଷରୁ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି ସେପରି ଅନ୍ୟ କିଛିସ୍ଥାନରେ ମଧ୍ୟ ଲୋକଙ୍କୁ ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି। ଏଭଳି ପବନ, ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷାପବନକୁ ଖାତିରି ନ କରି ଚାଷୀ ଜମିକୁ ଯାଇ ଫସଲ ସୁରକ୍ଷାରେ ଲାଗିଥିବାର ଦେଖିବାକୁ ମିଲିଛି। ଗତ ମାସରେ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ କିଛିଦିନ ଧରି ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିଲା।
Powered by Froala Editor