ବିପଦସଙ୍କୁଳ ସ୍ଥିତିରେ ପୁରୁଣା ପଥର ବନ୍ଧ, ସମୁଦ୍ର କୂଳିଆ ଗାଁଲୋକ ଆତଙ୍କିତ
ରାଜନଗର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆର ଏବେ ପେଣ୍ଠ ଗାଁ ନିକଟରେ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା ପଥର ବନ୍ଧରେ ମାଡ଼ ହେବା ଦ୍ୱାରା ଏହା ଏବେ ବିପଦସଙ୍କୁଳ ସ୍ଥିତିରେ ପହଞ୍ଚିଛି। ଯାହାକୁ ନେଇ ପେଣ୍ଠ ଗାଁର ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାକୁ ନେଇ ରାଜନଗର ତଟବନ୍ଧ ସବ୍ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସ୍ଥିତି ଉପରେ ଆମେ ସଜାଗ ରହିଛୁ ବୋଲି କହିଛନ୍ତି।
Powered by Froala Editor