Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ...

  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ...

  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ...

  • ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ...

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ ...

ରାଜ୍ୟ
Home ›› ରାଜ୍ୟ ››ପ୍ରବଳରୁ ଅତି ପ୍ରବଳ ବର୍ଷା: ଏହି ୭ ଜିଲାକୁ ରେଡ୍‌ ଓ୍ବାର୍ନିଂ

ପ୍ରବଳରୁ ଅତି ପ୍ରବଳ ବର୍ଷା: ଏହି ୭ ଜିଲାକୁ ରେଡ୍‌ ଓ୍ବାର୍ନିଂ

2026-10-28 07:33:09
14781
Share:
Facebook
Twitter
E-Mail
WhatsApp
Telegram
ପ୍ରବଳରୁ ଅତି ପ୍ରବଳ ବର୍ଷା: ଏହି ୭ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ନେବା ପରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ଦକ୍ଷିଣ ୟାନମ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ପ୍ରାୟ ୩ରୁ ୪ଘଣ୍ଟା ଧରି ଚାଲିବା ପରେ ଭୋର ସମୟରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସର୍ବଶେଷ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆନ୍ଧ୍ର-ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିଥିଲା। ଏହି ସମୟରେ ଚେନ୍ନାଇଠୁ ଦୀଘା ପର୍ଯ୍ୟନ୍ତ ସମୁଦ୍ର ଉତ୍ତାଳ ରହିଥିବାବେଳେ ଅନେକ ସଂଲଗ୍ନ ରାସ୍ତା ଉପରକୁ ବଡ଼ ବଡ଼ ଜୁଆର ମାଡ଼ି ଆସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସମୟରେ କେତେକ ସ୍ଥାନରେ ପବନର ବେଗ ୧୨୫ରୁ ୧୩୫ କିମି ରହିଥିଲା। ଏହାର ପ୍ରଭାବରେ ମାଲକାନଗିରିରେ ଅତି ପ୍ରବଳ ବର୍ଷା ହୋଇଥିଲା। ଜୋରଦାର ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା, କଚ୍ଚା ଘର ଭାଙ୍ଗିବା ସହ ଆଜ୍‌ବେଷ୍ଟସ ଉଡ଼ିଯାଇଥିଲା। ବେଗ ଅଧିକ ଥିବାରୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା। ବାତ୍ୟା ବୁଧବାର ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବାବେଳେ ୪/୫ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ୪୦ରୁ ୬୦କିମି ବେଗରେ ପବନ ବହିଥିଲା। ଭୁବନେଶ୍ୱରରେ ରାତି ୧୨ଟା ପରେ ଅଧିକ ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ସମେତ ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ବୁଧବାର ଓଡ଼ିଶାରେ ପବନ ସାଙ୍ଗକୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ୭ ଜିଲା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ଗଜପତି ଏବଂ ଗଞ୍ଜାମକୁ ଅତ୍ୟଧିକ ପ୍ରବଳ/ ଭୀଷଣ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ସର୍ବାଧିକ ୬୦ କିମି ପର୍ଯ୍ୟନ୍ତ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ସହ ସର୍ବାଧିକ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ସର୍ବାଧିକ ୬୦ କିମି ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲାକୁ ପ୍ରବଳ ବର୍ଷା ସହିତ ସର୍ବାଧିକ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଶୁକ୍ରବାର ଓ ଶନିବାର ବର୍ଷା ନ ଥିବାବେଳେ ପୁନର୍ବାର ରବିବାର ଓ ସୋମବାର ଅର୍ଥାତ୍‌ ନଭେମ୍ବର ୧ ଓ ୨ରେ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Powered by Froala Editor

Tags Rain

Related articles Odisha News Lens 4.1

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି
    ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15130
    Oct 27, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି
    ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15078
    Oct 27, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15281
    Oct 27, 2026
  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13484
    Oct 27, 2026
  •  ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
    ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14310
    Oct 27, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....
    ବିଶେଷ

    ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14547
    Oct 27, 2026
  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର
    ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15326
    Oct 27, 2026
  • ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ
    ଦେଶ-ଦେଶାନ୍ତର

    ବାଲକୋନିରୁ ଛେପ ପକାଉଥିବା ବେଳେ ୧୧ ହଜାର ଭୋଲ୍ଟ ସକ୍ ଲାଗି ବୃଦ୍ଧ ମୃତ

    15367
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ
    ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14631
    Oct 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14310
    Oct 27, 2026
  • ବିଶେଷ

    ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14547
    Oct 27, 2026
  • ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15130
    Oct 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17226
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17919
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17868
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18291
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14547
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15945
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14893
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15627
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15785
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    15875
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14283
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15127
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14828
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14310
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14631
    Oct 27, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15281
    Oct 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In