ଅର୍ଣ୍ଣବ: ଓଡ଼ିଶାକୁ ହାଇଆଲର୍ଟ!
ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ। ଜିଲା ଅନୁଯାୟୀ, ନବରଙ୍ଗପୁରରୁ ୧୧,୨୦୦, ଗଜପତିରୁ ୧୧ହଜାର, ମାଲକାନଗିରି ୯,୮୫୦, ଗଞ୍ଜାମ ୬,୫୦୦, କୋରାପୁଟ ୫,୦୦୦, କଳାହାଣ୍ଡି ୨,୪୧୫, ନୂଆପଡା ୧,୬୭୫, ରାୟଗଡ଼ା ୩୦୦ ସ୍ଥାନାନ୍ତର କରାଯାଉଛି। ବାତ୍ୟା ମୁକାବିଲା ପାଇଁ ଓ ଜରୁରୀକାଳୀନ ପ୍ରସ୍ତୁତି ପାଇଁ ଏସଡିଆରଏଫ ପାଣ୍ଠିରୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪୮ଟି ଓଡ୍ରାଫ୍ ଟିମ୍, ୮ଟି ଏନଡିଆରଏଫ, ୨୨୫ଟି ଅଗ୍ନିଶମ ୟୁନିଟଙ୍କୁ ପ୍ରସ୍ତୁତ ରଖାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ ପାଇଁ ଗଞ୍ଜାମରେ ୮୬୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିମଧ୍ୟରେ ଅଛନ୍ତି ୧୮୮ ଜଣ ଗର୍ଭବତୀ। ଲୋକଙ୍କ ପାଇଁ ୧୦୨୯ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି। ୩ ଓଡ୍ରାଫ ,୨ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
Powered by Froala Editor