ନବୀନଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି। ନବୀନ ନିର୍ବାଚିତ ଛାତ୍ର ନେତୃମଣ୍ଡଳୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ଛାତ୍ରୀଛାତ୍ରମାନେ ନିଷ୍ଠାବାନ ଏକାଗ୍ରତା ସ୍ବାଭିମାନ ସହ ନିଜକୁ ଗଢି ତୋଳି ରାଷ୍ଟ୍ର ଗଠନରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ସଂସଦ ସଭାପତି ସୌମ୍ୟଜିତ୍ ମଲିକ, ଉପସଭାପତି ସବ୍ୟସାଚୀ ଖଟୁଆ, ସମ୍ପାଦିକା ସମ୍ପୂର୍ଣ୍ଣା ଜେନା ଓ ସହ ସମ୍ପାଦକ ମଳୟ ସ୍ବାଇଁଙ୍କ ସମେତ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଷାଠିଏରୁ ଅଧିକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ନବୀନ ନିବାସରେ ଉପସ୍ଥିତ ଥିଲେ।
Powered by Froala Editor