୨୯ରେ ରାଜ୍ୟ କ୍ୟାବିନେଟ୍ ବୈଠକ: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ଚଳିତମାସ ୨୯ରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୭ଟିରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ଜଣାଯାଇଛି। ଏହାକୁ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇଛି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଜୋର୍ଦାର ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ତରରେ ବରିଷ୍ଠ ପ୍ରଶାସକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉଛି। ଆଗାମୀ ଦିନରେ ରାଜ୍ୟବାସୀ କିଭଳି ବିଶେଷ ଉପକୃତ ହେବେ ତାକୁ ନେଇ ସରକାରଙ୍କ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି।
Powered by Froala Editor