ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା
ଝାନସୀ : ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଝାନସୀର ଏକ କୋର୍ଟ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି। ୧୬ ବର୍ଷ ତଳର ଜଣେ ଯୁବକଙ୍କ ଆତ୍ମହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେତେବେଳେ ‘ରାକ୍ଷୀ କା ଇନ୍ସାଫ୍’ ଶୋ’ରେ ରାକ୍ଷୀ ଝାନସୀର ଲକ୍ଷ୍ମଣ ପ୍ରସାଦ ଅହିରୱାର (୨୪)ଙ୍କୁ ‘ନପୁଂସକ’ କହି ଅପମାନିତ କରିଥିଲେ। ଏହି ଘଟଣାରେ ମାନସିକ ଆଘାତ ପାଇ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧ରେ ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ।
Powered by Froala Editor