‘ମେରା ମନ, ମେରା ରାଷ୍ଟ୍ରଗାନ’ ଅଭିଯାନ ଆରମ୍ଭ, ଯୋଡ଼ି ହେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ମେରା ମନ, ମେରା ରାଷ୍ଟ୍ରଗାନ’ ଅଭିଯାନରେ ଯୋଡ଼ି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସମସ୍ତ ଭାଇଭଉଣୀଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହେବାକୁ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ପୋଷ୍ଟ କରି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଅମୃତ ମହୋତ୍ସବ ପାଳନ କରିବା ପାଇଁ ଆମେ ପ୍ରସ୍ତୁତ । ଏହି ଅବସରରେ ଭାରତ ସରକାରଙ୍କ ସଂସ୍କୃତ ବିଭାଗ ତରଫରୁ ଏକ ଅଭିନବ ଜନ ଆନେ୍ଦାଳନ କରାଯାଉଛି । ‘ମେରା ମନ, ମେରା ରାଷ୍ଟ୍ରଗାନ’ ଅଭିଯାନ ଆରମ୍ଭ କରାଯାଇଛି । ଓଡ଼ିଶା ସମେତ ଦେଶର ସମସ୍ତ ନାଗରିକ ବ୍ୟକ୍ତିଗତ ଭାବେ ରାଷ୍ଟ୍ରଗାନକୁ ଗାଇବା ପରେ ସେହି ଭିଡିଓକୁ ଅପଲୋଡ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
Powered by Froala Editor