ପ୍ରେମରେ ଅନ୍ଧ: ପୁଅର ସାଙ୍ଗକୁ ବିବାହ କଲେ ମହିଳା
ବ୍ରିଟେନର ଜଣେ ମହିଳା ନିଜ ପୁଅର ବେଷ୍ଟଫ୍ରେଣ୍ଡକୁ ବିବାହ କରିଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ହେଁ କଥା ସତ । ଦୁହିଁଙ୍କ ମଧ୍ୟରେ ବୟସର ଅନ୍ତର ୨୯ ବର୍ଷ । ପ୍ରେମରେ ଦୁହେଁ ଏମିତି ଅନ୍ଧ ହୋଇଯାଇଛନ୍ତି ଯେ, ସମାଜର ନିୟମକୁ ବେଖାତିର କରି ବିବାହ କରିଛନ୍ତି । ‘ଦ ମିରର’ର ଏକ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନାମ ମେରୀଲିନ୍ ଏବଂ ଯୁବକର ନାମ ୱିଲିୟମ୍ ସ୍ମିଥ୍। ନିକଟରେ ଉଭୟ ସେମାନଙ୍କର ଦ୍ୱାଦଶ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ଉଭୟଙ୍କ ପ୍ରେମ କାହାଣୀ ଭାଇରାଲ ହୋଇଥିଲା।
ଯେତେବେଳେ ଏହି ବିବାହ ହୋଇଥିଲା ସେତେବେଳେ ପୁଅକୁ ୧୬ ବର୍ଷ ବୟସ ହୋଇଥିଲା। ମେରୀଲିନ୍ ଏବଂ ୱିଲିୟମଙ୍କ ପ୍ରଥମେ ୨୦୦୬ ରେ ସାକ୍ଷାତ ହୋଇଥିଲେ। ମେରୀଲିନଙ୍କ ପୁଅ ସହିତ ୱିଲିୟମ୍ ତାଙ୍କ ଘରକୁ ଯାଇଥିଲେ। ଭିଡିଓ ଗେମ୍ ଖେଳିବା ପାଇଁ ୱିଲିୟମ୍ ପ୍ରାୟ ଅଧିକାଂଶ ସମୟରେ ମେରୀଲିନଙ୍କ ଘରକୁ ଯାଉଥିଲେ। ଧୀରେ ଧୀରେ ମହିଳା ଏବଂ ୱିଲିୟମଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା। ତା’ପରେ କିଛି ଦିନ ପରେ ଦୁହେଁ ପରସ୍ପରକୁ ଭଲ ପାଇବା ଆରମ୍ଭ କଲେ। ଏହି ଦୁଇଜଣଙ୍କର ବିବାହ କରିବାକୁ ନିଷ୍ପତ୍ତି ନେବେ ବୋଲି କାହାରି ଧାରଣା ନଥିଲା।
ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଏତେ ବଢିଗଲା ଯେ ଶେଷରେ ଉଭୟ ବିବାହ କରିବାକୁ ସ୍ଥିର କଲେ। ୨୦୦୯ ଏପ୍ରିଲରେ ସେମାନଙ୍କର ବିବାହ ହୋଇଥିଲା। ଉଭୟଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଏହାର ବିରୋଧ କରିଥିଲେ। କିନ୍ତୁ ମେରୀଲିନ୍ ଏବଂ ୱିଲିୟମ୍ ପରିବାର ସମ୍ପର୍କୀୟଙ୍କୁ ଖାତିର ନ କରି ବିବାହ କରିଥିଲେ। ମହିଳାଙ୍କୁ ବର୍ତ୍ତମାନ ବୟସ ୬୦ ବର୍ଷ। ସ୍ମିଥଙ୍କ ବର୍ତ୍ତମାନ ବୟସ ୩୧ ବର୍ଷ।
Powered by Froala Editor