୨୦ କୁଇଣ୍ଟାଲ ଗୋମାଂସ ଜବତ
ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ ଗୋମାଂସ ଜବତ କରିଛି।
ସୂଚନାନୁସାରେ, ଏକ ବୋଲେରୋ ପିକ୍ଅପ୍ (ଓଡି-୦୨-ଡବ୍ଲ୍ୟୁ-୪୦୮୭)ରେ ମାଂସ ଚାଲାଣ ହେଉଥିବା ଖବର ପାଇ ପୁଲିସ ଗାଡ଼ିଟିକୁ ପିଛା କରିଥିଲା। ପରେ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। କଣ୍ଟେନର ଭିତରେ ‘HenPro’ ଓ ‘Cattle Feed’ ଲେଖାଥିବା ବସ୍ତାରେ ମାଂସ ପ୍ୟାକିଂ କରାଯାଇଥିବା ଜଣାପଡ଼ିଥିଲା। ପୁଲିସ ଗାଡ଼ି ସହ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor