ଯୁକ୍ତ୩ ଛାତ୍ରୀଙ୍କୁ ଲଜ୍ରେ ଦୁଷ୍କର୍ମ ଅଭିଯୋଗ
ହାଟଡିହୀ: କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ କେସ୍ ନଂ ୧୮୨/୨୬ ରୁଜୁ କରି ମୁଣ୍ଡୁକାଟି ଗ୍ରାମର ଅଭିଯୁକ୍ତ ରଞ୍ଜନ ସେଠୀ (୨୯)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ କୌଣସି ବାହାନା କରି ପୀଡ଼ିତାଙ୍କୁ ଏକ ଲଜ୍କୁ ଡାକିବା ପରେ ସେଠାରେ ତାଙ୍କ ସହ ବଳାତ୍କାର କରିଥିଲେ। ପୀଡ଼ିତା ଜଣକ ଶାଳପଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ।
Powered by Froala Editor