ଲଘୁଚାପ ବର୍ଷାରେ ଭୁଶୁଡି ପଡିଲା ବାଘୁଆ ମେଦୀ ମୁଖ୍ୟ ରାସ୍ତା
ମହାକାଳପଡ଼ା; କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି। ବର୍ଷା ଛାଡିବା ପରେ ପ୍ରବଳ ସ୍ରୋତରେ ରାସ୍ତା ଭୁଶୁଡି ଖାଲ ଖମା ହୋଇଛି ବୋଲି ଗ୍ରାମ ଲୋକମାନେ କହିଛନ୍ତି। ଏହି ରାସ୍ତାଦେଇ ଯାତାୟାତରେ ସମସ୍ୟା ଦେଖାଦେଇଛି। ସ୍କୁଲ, ଅଙ୍ଗନଓ୍ବାଡି ଓ ମେଡ଼ିକାଲକୁ ଯିବା ପାଇଁ ସମସ୍ୟା ବଢିଛି। ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ଅସୁବିଧା ହେଉଛି। ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ରବୀନ୍ଦ୍ର ସିଂ, ଦେବ ସିଂ, ଖୁଣ୍ଟିଆ ସିଂ ଓ ଟୁନୁ ସିଂ ପ୍ରମୁଖ ଦାବି କରିଛନ୍ତି ।
Powered by Froala Editor