ଚାଇନା-ଆମେରିକା ମଧ୍ୟରେ ପଦକ ପାଇଁ ଲଢେ଼ଇ ଜୋରଦାର, କିଏ କେଉଁ ତାଲିକାରେ ଅଛନ୍ତି ଜାଣନ୍ତୁ?
ଟୋକିଓ : ଟୋକିଓରେ ଖେଳାଳୀମାନେ ପଦକ ପାଇଁ ଲଢେ଼ଇ କରୁଥିବାବେଳେ ପଦକ ତାଲିକାରେ କିଏ ଆଗରେ ରହିବ ସେଥିପାଇଁ ଚାଇନା ଓ ଆମେରିକା ମଧ୍ୟରେ ଜୋରଦାର ଲଢେ଼ଇ ଚାଲିଛି । ଏବେ ଚାଇନା ୩୪ଟି ସ୍ୱର୍ଣ୍ଣ ପଦକ ସହ ସର୍ବାଗ୍ରେ ରହିଥିବାବେଳେ ଆମେରିକା ୩୦ ସ୍ୱର୍ଣ୍ଣ ପଦକ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ।
ଚାଇନା ଏଯାବତ ୩୪ ସ୍ୱର୍ଣ୍ଣ ପଦକ, ୨୪ ରୌପ୍ୟ ପଦକ ଓ ୧୬ ବ୍ରୋଞ୍ଜ ସହ ୭୪ଟି ପଦକ ହାସଲ କରିସାରିଛି । ତେବେ ଆମେରିକା ୩୦ଟି ସ୍ୱର୍ଣ୍ଣ ପଦକ, ୩୫ ରୌପ୍ୟ ପଦକ ଓ ୨୭ଟି ବ୍ରୋଞ୍ଜ ସହ ୯୨ଟି ପଦକ ପାଇବାରେ ସମର୍ଥ ହୋଇଛି । ଅପରପକ୍ଷରେ ଆୟୋଜକ ଜାପାନ ୨୨ ସ୍ୱର୍ଣ୍ଣ ସହ ୪୭ ପଦକ ପାଇଥିବାବେଳେ ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୧୭ଟି ସ୍ୱର୍ଣ୍ଣ ସହ ୪୨ ପଦକ ପାଇଛି ।
ଋଷୀୟ ୧୬ ସ୍ୱର୍ଣ୍ଣ ସହ ମୋଟ ୫୮ ପଦକ ପାଇ ପଂଚମ ସ୍ଥାନରେ ରହିଛି । ଋଷୀୟ ଗୋଟିଏ ସ୍ୱର୍ଣ୍ଣ ପାଇଲେ ତାହା ଅଷ୍ଟ୍ରେଲିଆକୁ ପଛରେ ପକାଇଦେବ । କାହିଁକିନା ଏହା ୨୨ ରୌପ୍ୟ ପଦକ ପାଇଥିବାବେଳେ ଅଷ୍ଟ୍ରେଲିଆ ୬ ରୌପ୍ୟ ପାଇଛି ।
ଅପରପକ୍ଷରେ ଗ୍ରେଟ ବ୍ରିଟେନ ୧୬ ସ୍ୱର୍ଣ୍ଣ, ଜର୍ମାନୀ ୯ ସ୍ୱର୍ଣ୍ଣ, ଫ୍ରାନ୍ସ ୭ ସ୍ୱର୍ଣ୍ଣ, ଇଟାଲୀ ୭ ସ୍ୱର୍ଣ୍ଣ, ନେଦରଲାଣ୍ଡ ୭ ସ୍ୱର୍ଣ୍ଣ, ନୁ୍ୟଜଲାଣ୍ଡ ୭ ସ୍ୱର୍ଣ୍ଣ, ଦକ୍ଷିଣ କୋରିଆ ୬ ସ୍ୱର୍ଣ୍ଣ, ହଙ୍ଗେରୀ ୫ ସ୍ୱର୍ଣ୍ଣ, କାନାଡ଼ା ୫ ସ୍ୱର୍ଣ୍ଣ, କୁ୍ୟବା ୫ ସ୍ୱର୍ଣ୍ଣ, ବ୍ରାଜିଲ, ପୋଲାଣ୍ଡ, ଚେକ ରିପ୍ଲବିକ ୪ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସ୍ୱିଜରଲାଣ୍ଡକୁ ୩ଟି ସ୍ୱର୍ଣ୍ଣ ମିଳିଛି ।
Powered by Froala Editor