ଜାତୀୟ ସ୍ତରରେ ଓଡିଶାକୁ ମିଳିଛି ସମ୍ମାନ, ସ୍ଥାନ ପାଇଛି ୨ ଜିଲ୍ଲା

ଭୁବନେଶ୍ବର: ଜାତୀୟ ସ୍ତରରେ ପୁଣି ଓଡିଶାକୁ ମିଳିଛି ସମ୍ମାନ । ଦେଶର ଶ୍ରେଷ୍ଠ ୫ ଆକାଂକ୍ଷା ଜିଲ୍ଲା ମଧ୍ୟରେ ଓଡିଶାରୁ ସ୍ଥାନ ପାଇଛି ୨ ଜିଲ୍ଲା । ନୀତି ଆୟୋଗର ଡେଲ୍ଟା ରାଙ୍କିଙ୍ଗ୍ ତାଲିକାରେ ଟପ୍ରେ ରହିଛି କୋରାପୁଟ ।
ଶିକ୍ଷା କ୍ଷେତ୍ରରେ ଦେଶର ଆକାଂକ୍ଷା ଜିଲ୍ଲା ମଧ୍ୟରେ ଓଡିଶାର କୋରାପୁଟ ଜିଲ୍ଲା ଶୀର୍ଷ ସ୍ଥାନ ଅଧିକାର କରିଛି। ବୁଧବାର ଶିକ୍ଷା କ୍ଷେତ୍ରରେ ଏହାର ଡେଲଟା ରାଙ୍କିଙ୍ଗ୍ ପ୍ରକାଶ କରିଛି ନୀତି ଆୟୋଗ । ଓଡିଶାର ୨ ଜିଲ୍ଲା ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ରହିଛି । ଏହି ତାଲିକାରେ କୋରାପୁଟ ଶୀର୍ଷରେ ଥିବାବେଳେ ବାଲାଙ୍ଗୀର ଜିଲ୍ଲା ତୃତୀୟ ସ୍ଥାନ ହାସଲ କରିଛି ।
ଶ୍ରେଷ୍ଠ ପାଞ୍ଚଟି ଆକାଂକ୍ଷା ଜିଲ୍ଲା ଜୁନ ୨୦୨୧ ପାଇଁ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଉନ୍ନତି ପ୍ରଦର୍ଶନ କରିଥିଲା । ଏଥିରେ ପଛୁଆ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲା ଶୀର୍ଷରେ ରହିବା ଓଡିଶା ପାଇଁ ଗୌରବର ବିଷୟ କୁହାଯାଇପାରେ ।
Powered by Froala Editor