ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍ଘାତ, ଶିଶୁର ଜୀବନ ଚାଲିଗଲା
ବିଶାଖାପଟ୍ଟନମର ଏକ ସ୍କୁଲର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଅତ୍ୟନ୍ତ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି କମେଣ୍ଟ ବକ୍ସରେ ଲୋକେ କେବଳ ଦୁଃଖ ଓ କ୍ରୋଧ ପ୍ରକାଶ କରୁଛନ୍ତି। ଜଣେ ନିର୍ଦ୍ଦୋଷ ୬ ବର୍ଷର ଶିଶୁକୁ ଜଣେ ଶିକ୍ଷୟିତ୍ରୀ ତା’ର ହୋମ୍ ଓ୍ବର୍କ କରି ନ ଥିବାରୁ ତାଙ୍କୁ ଗାଳି ଦେଉଛନ୍ତି ଏବଂ ଚାପୁଡ଼ା ମାରୁଛନ୍ତି। ଶିଶୁ ଘଟଣାସ୍ଥଳରେ ହିଁ ଟଳିପଡ଼ୁଥିବା ଦେଖାଯାଇଛି। ଭିଡିଓ ଭାଇରାଲ ପରେ ଏପରି ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, LKGରେ ପଢୁଥିବା ପ୍ରଣୟ ନାମକ ଛାତ୍ରଟି ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଠିଆ ହୋଇଛି। ଶିକ୍ଷୟିତ୍ରୀ ତାଙ୍କ ପୋଷାକ ଧରି ଟାଣି ଟାଣି ନେଉଛନ୍ତି, ତାଙ୍କ ଟାଇ ଏବଂ ସାର୍ଟ ହଲାଇ ତାଙ୍କୁ ଗାଳି ଦେଉଛନ୍ତି। ପିଲାଟି ସ୍ପଷ୍ଟ ଭାବରେ ଭୟଭୀତ ଏବଂ ବ୍ୟଥିତ ଦେଖାଯାଉଛି। କିଛି ସମୟ ପରେ ଶିକ୍ଷୟିତ୍ରୀ ତାଙ୍କ ଗାଲରେ ଚାପୁଡ଼ା ମାରୁଛନ୍ତି ଏବଂ ପିଲାଟି ଜୋରରେ କାଶିବାକୁ ଆରମ୍ଭ କରିଛନ୍ତି ଏବଂ ତାଙ୍କ ଶରୀର ଦୋହଲିବାକୁ ଲାଗିଛି। କିଛି ମୁହୂର୍ତ୍ତ ମଧ୍ୟରେ ସେ ସମସ୍ତ ନିୟନ୍ତ୍ରଣ ହରାଇ ଶିକ୍ଷୟିତ୍ରୀଙ୍କ କୋଳରେ ପଡ଼ିଯାଏ। ପିଲାଟି ସ୍ପଷ୍ଟ ଭାବେ ଭୟଭୀତ ଓ ଅସହାୟ ଦେଖାଯାଉଛି ଏବଂ ସେ ନିଜର ହାତ ହଲାଇ ଶିକ୍ଷୟିତ୍ରୀଙ୍କୁ କିଛି ବୁଝାଇବାକୁ ଚେଷ୍ଟା କରୁଛି।
ଏହି ସମୟରେ ପିଲାଟି ହଠାତ୍ ଜୋରରେ କାଶିବା ସହ ଥରିବାକୁ ଲାଗେ। ମାତ୍ର କିଛି କ୍ଷଣ ମଧ୍ୟରେ ସେ ନିଜର ସନ୍ତୁଳନ ହରାଇ ଶିକ୍ଷୟିତ୍ରୀଙ୍କ କୋଳରେ ଅଚେତ ହୋଇ ପଡ଼ୁଛି । ଏହାପରେ ଶିକ୍ଷୟିତ୍ରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ ମଧ୍ୟ ସେତେବେଳକୁ ପିଲାଟି ସମ୍ପୂର୍ଣ୍ଣ ଅଚେତ ହୋଇସାରିଥିଲା।
ସ୍କୁଲ କର୍ତ୍ତୃପକ୍ଷ ତରବରିଆ ଭାବେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଅତ୍ୟଧିକ ଭୟ ଏବଂ ମାନସିକ ଆଘାତ ଯୋଗୁଁ ଶିଶୁଟିକୁ ହୃଦଘାତ ଆସିଥିଲା।
Powered by Froala Editor